ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ବିଜୟ ଦାସ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ l ଅଞ୍ଚଳର ପାନୀୟ ଜଳ ସମସ୍ୟା, ବିଦ୍ୟାଳୟ ସମସ୍ୟା, ମୋବାଇଲ ନେଟୱର୍କ ସମସ୍ୟା, ରାସ୍ତା, ବାର୍ଦ୍ଧକ୍ୟ ଓ ବିଧବା ଭତl ଆଦି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ ଲୋକେ l ଏହି ଅଭିଯୋଗ ଶୁଣାଣିରେ ମୋଟ ୧୫୬ ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୭୨ ଟି ବ୍ୟକ୍ତିଗତ ଓ ୮୪ ଟି ସାମୁହିକ ଅଭିଯୋଗ ଥିଲା l ୧୦ ଟି ଅଭିଯୋଗ ର ତ୍ୱରିତ ସମାଧାନ କରଯାଇଛି l ଏହି ଅବସରରେ ୮ ଜଣକୁ ରେଡ୍ କ୍ରସ୍ ପାଣ୍ଠିରୁ ୩୫ ହଜାର ଟଙ୍କା ପ୍ରଦାନ କରାଯାଇଛି l ସେହିପରି ୨ ଜଣକୁ ବିବାହ ପ୍ରୋତ୍ସାହନ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ଜିଲ୍ଲାପାଳ l
ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ସୁନିଲ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଗୁଣନିଧି ନାୟକ, ମୋହନା ବିଡିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ,ଥାନା ଅଧିକାରୀ ବସନ୍ତ ସେଠୀ, ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l