ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିନ କରାଯାଇଛି l ସରକାରଙ୍କ କୈାଣସି ଯୋଜନା ହେଉ ବା ସୁବିଧା ସୁଯୋଗ ଯୋଗାଇବା,ଏହାକୁ ଯଦି ସାଧାରଣ ଜନତାଙ୍କ ନିକଟରେ ସଂପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ଦ୍ବାରା ପହଞ୍ଚାଇବା ସହ ଏହାକୁ ଯଦି ଖିଲାପ ହୁଏ ତାହାହେଲେ କଣ କରାଯାଇପାରିବ ଏଭଳି ପ୍ରମୁଖ ବିଷୟକୁ ଯଦି ପ୍ରତ୍ୟେକ କ୍ଷେତ୍ରରେ ଗଣମାଧ୍ୟମ ପକ୍ଷରୁ ଆହୁରୀ ବ୍ୟାପକ ସଚେତନତା ହୋଇପାରିବ ତେବେ ଏହାକୁ ନେଇ ଦୁର୍ନୀତି ରୋକିବାରେ ଏହା ଅନେକ ମାତ୍ରାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରାଯାଇଛି। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ପ୍ରେସ କ୍ଳବ୍ ପରିସରରେ ଦୁର୍ନୀତି ରୋକିବାରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣ ବିବେକ ଏମ୍। ପ୍ରେସ କ୍ଳବ୍ ର ସଭାପତି ଅଶୋକ କୁମାର ବ୍ରହ୍ମା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ସମ୍ମାନୀତ ଅତିଥି ଭାବରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ଅଧିକ୍ଷକ ଗଣେଷ ପ୍ରଧାନ ଯୋଗ ଦେଇ ଦୁର୍ନୀତି ରୋକିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିବା ସହିତ କୈାଣସି ସ୍ଥାନରେ ଦୁର୍ନୀତି ହେଉଥିବା ବିଷୟକୁ ଅତ୍ୟନ୍ତ ଗୋପନୀୟତା ସହିତ ବିଭାଗରେ ଅବଗତ କରାଇବାକୁ ଆହ୍ବାନ କରିଥିଲେ। ଦୁର୍ନୀତି ନିବାରଣ ବିଭାଗ, ବ୍ରହ୍ମପୁର ଓ ବ୍ରହ୍ମପୁର ପୋଲିସର ସହଯୋଗିତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରେସ କ୍ଳବ୍ ବ୍ରହ୍ମପୁରର ସଂପାଦକ ପ୍ରହଲ୍ଲାଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଦୁର୍ନୀତି ନିବାରଣ ସପ୍ତାହର ଶପଥ ପାଠ କରାଇଥିବା ବେଳେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ.ଏମ.ଆଇ.ଟି ର ନିର୍ଦ୍ଦେଶକ ଡ଼ା ସୋନାଲି ଗନ୍ତାୟତ,ପ୍ରେସ କ୍ଳବ୍ ର ଉପସଭାପତି ଅଭୟ କୁମାର ପାଢୀ,ସହ ସମ୍ପାଦକ ଡି.ଗୋପାଳକୃଷ୍ଣ ରେଡି, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ସମୀର କୁମାର ଆଚାର୍ଯ୍ୟ, ଜାନକୀକାନ୍ତ ପଟ୍ଟନାୟକ, ନାଗେଶ୍ଵର ପୃଷ୍ଟି, ନାରାୟଣ ମହାଙ୍କୁଡ, ସୁଦୀପ ସାହୁ ପ୍ରମୁଖ ଦୁର୍ନୀତି ରୋକିବାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ।