ଅନୁଭବ କହିଲେ- ‘ବର୍ଷା, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ’

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଅଭିନେତା ଅନୁଭବ ମହାନ୍ତିଙ୍କ (Anubhab mohanty)ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା । ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଏହି ବିବାଦ ଭିତରେ ସୋଶାଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ।ସୋସିଆଲ ମିଡିଆ ଏକ୍ସରେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ(Barsha Priyadarsini) ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।ଅନୁଭବ ଲେଖିଛନ୍ତି,‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ । ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି । ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି। ‘ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେବା ମୁଁ ଚାହେଁନି। କିନ୍ତୁ ଯେହେତୁ ବିଚ୍ଛେଦ ସୁନିଶ୍ଚିତ ତେଣୁ ଏହା ସମ୍ମାନଜନକ ହେଉ ବୋଲି ଅନୁଭବ ସୋସିଆଲ ମିଡିଆରେ ଲେଖିବା ସହ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି । ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି।ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରିଥାନ୍ତି। ଯାହାକୁ ନେଇ ସୋଶାଆଲ ମିଡିଆ(Social Media)ବର୍ଷା ଓ ଅନୁଭବ ମୁହିଁମୁହିଁ ହୋଇଛନ୍ତି। ଏବେ ଅନୁଭବଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ବର୍ଷାଙ୍କର କୌଣସି ଉତ୍ତର ମିଳିନାହିଁ।

 

LEAVE A REPLY

Please enter your comment!
Please enter your name here