ସରିଗଲା ଆପ,ହଜିଗଲା କଂଗ୍ରେସ : ୨୭ ବର୍ଷ ପରେ କ୍ଷମତାକୁ ଆସିଲା ବିଜେପି

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦୀର୍ଘ ବର୍ଷ ପରେ ଶାସନକୁ ଫେରିଲା ବିଜେପି l ୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିଲା ପଦ୍ମ । ଯାହାକି ସାରା ଭାରତବର୍ଷରେ ଏବେ ଆଲୋଚନାର ବିଷୟ ହୋଇଛି । ଦମ୍ଭୋକ୍ତି ମୁତାବକ ରେକର୍ଡ ଦୁଇ ତୃତୀୟାଂଶ ଆସନ ସହ ଦିଲ୍ଲୀରେ ଶାସନ ସିଂହାସନ ଦଖଲ କରିଛି ବିଜେପି । ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ଦଳ ୪୮ଟି ଆସନରେ ଜିତି ରେକର୍ଡ କରିଦେଇଛି । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ମାତ୍ର ୨୨ ଟି ରେ ଅଟକି ଯାଇଛି । ୧୯୯୮ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଶାସନ କରିବାକୁ ଜନାଦେଶ ପାଇଛି ବିଜେପି । ଆପ୍‌ର ହ୍ୟାଟ୍ରିକ ବିଜୟ ସ୍ୱପ୍ନକୁ ନିମିଷକ ମଧ୍ୟରେ ଚୂରମାର କରି ବିଜୟ ପତାକା ଉଡ଼ାଇଛି ବିଜେପି ଦଳ । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ୨୨ରେ ଅଟକି ଯାଇଥିବା ବେଳେ କଂଗ୍ରେସ ପୁଣି ସମସ୍ତଙ୍କୁ ନିରାଶ କରିଦେଇଛି । ଦଳ ହ୍ୟାଟ୍ରିକ ଶୂନ ସହ ଲଜ୍ଜାଜନକ ପରାଜୟ ବରଣ କରିଛି ଏବେ । ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଦିଲ୍ଲୀରେ ଏଥର ବି ଖାତା ଖୋଲି ପାରିଲା ନାହିଁ l

ବିଜେପି ଶେଷ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ୧୯୯୩ ମସିହାରେ ଜିତିଥିଲା । ୧୯୯୩ରୁ ୧୯୯୮ ମଧ୍ୟରେ ବିଜେପି ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଶାସନ ଭାର ଦେଇଥିଲା । ପ୍ରଥମେ ମଦନ ଲାଲ ଖୁରାନା, ତା’ପରେ ସାହିବ ସିଂହ ବର୍ମା ଓ ଶେଷ କିଛି ମାସ ସୁଷମା ସ୍ୱରାଜ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହା ପରଠାରୁ ଆଉ ବିଜେପି କ୍ଷମତାକୁ ଫେରି ପାରିନଥିବା ବେଳେ ପୁଣି ୨୦୨୫ ରେ ଦିଲ୍ଲୀ ଦରବାରକୁ ହାତେଇବାରେ ସକ୍ଷମ ହୋଇପାରିଛି । ପ୍ରଥମେ କଂଗ୍ରେସ ୧୫ ବର୍ଷ ଧରି ଦିଲ୍ଲୀ ଦରବାରକୁ ଶାସନ କରିଥିଲା । ଏହାପରେ ଅରବିନ୍ଦ କେଜ୍ରିୱାଲ ଆପ୍‌ ମୈଦାନକୁ ଓହ୍ଲାଇ ବିଜୟୀ ହୋଇଥିଲା । ତେବେ ଅରବିନ୍ଦ କେଜ୍ରିୱାଲ ଆପ୍‌ର ସବୁ ଅଙ୍କ କୁ ମାଡି ଧ୍ଵସଂ କରିଦେଇଛି ବିଜେପି । ଯାହାକି ବିଜେପିର ବିଜୟ ଉତ୍ସବ ସାରା ଭାରତ ବର୍ଷରେ ପାଳନ ହେଉଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here