ଦଳୀୟ କର୍ମୀ ଙ୍କୁ ବିଜେଡି ଟିକେଟ ପାଇଁ ନିବେଦନ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ିବଢି ଚାଲିଛି । ବିଭିନ୍ନ ଦଳ ର ନେତା ମାନେ ଟିକେଟ ଚିନ୍ତା ରେ ପଡିଥିବା ବେଳେ ସମର୍ଥକ ମାନେ ନିଜ ନେତାଙ୍କ ସପକ୍ଷରେ ଆଲୋଚନା କରି ସମର୍ଥନ ଲୋଡୁଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲା ର ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ଟିକେଟ ଚିନ୍ତା କୁ ନେଇ ଚର୍ଚ୍ଚା ରେ ଖଡ଼ିଆଳ ବିଧାନସଭା ମଣ୍ଡଳୀ । ଵିଶେଷ କରି ବିଜେଡି ଟିକେଟ କୁ ନେଇ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ବୋଡେ଼ନ ସିନାପାଲି ଓ ଖଡ଼ିଆଳ ର ବିଜେଡି କର୍ମୀମାନେ ସକ୍ରିୟ ସଦସ୍ୟ ଙ୍କୁ ବିଜେଡି ଟିକେଟ ପ୍ରଦାନ ପାଇଁ ବିଜେଡି ସୁପ୍ରିମୋ ଙ୍କ ସହ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କୁ ନିଵେଦନ କରିଛନ୍ତି । ଅନ୍ୟଥା ବିଜେଡି ରେ ଫାଟ ସୃଷ୍ଟି ହୋଇ କର୍ମୀ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଦେବ ବୋଲି ସୂଚନା ମିଳିଛି ।

ପ୍ରତ୍ୟେକ ନିର୍ବାଚନ ସମୟରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ କିଛି ନା କିଛି ବିଷୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଗତ ଦୁଇ ନିର୍ବାଚନ ରେ ଖଡ଼ିଆଳରେ ବିଜେପି ଓ କଂଗ୍ରେସ ବିଧାୟକ ରହି ଆସିଥିବା ବେଳେ ବିଜେଡି ଏଠି ମାଟି କାମୁଡିଛି । ହେଲେ ଅନବରତ ଦଳକୁ ସୁସଙ୍ଗଠିତ କରି ଆଗକୁ ନେବା ପାଇଁ ପ୍ରୟାସ କରିଛନ୍ତି ପରାଜିତ ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ । ଚଳିତ ନିର୍ବାଚନ ପୂର୍ବରୁ ବର୍ତ୍ତମାନ ର କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ ଚର୍ଚ୍ଚା କୁ ନେଇ ଖଡ଼ିଆଳ ବିଜେଡି ର କର୍ମୀ ଓ ସମର୍ଥକ ମାନଙ୍କ ମନରେ ଛନକା ପଶିଛି । କାଳେ ଦଳ ଡେଇଁ ଆସୁଥିବା କୌଣସି ନେତା ଙ୍କୁ ବିଜେଡି ଟିକେଟ ଦେଇ ଦେବ ସେନେଇ ବିଜେଡି କର୍ମୀ ମହଲ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ପ୍ରଥମେ ବୋଡେ଼ନ ଓ ସିନାପଲି ରେ ବିଜେଡି କର୍ମୀମାନେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଲମ୍ବୋଦର ନିଆଲ ଙ୍କୁ ଟିକେଟ ଦେବା ପାଇଁ ନିବେଦନ କରିଥିବା ବେଳେ ଆଜି ଖଡ଼ିଆଳ ବ୍ଲକ ଓ NAC ର ଶହଶହ ବିଜେଡି କର୍ମୀ ଓ ସମର୍ଥକ ଏକ ସାମ୍ବାଦିକ ସମ୍ମିଳନୀ କରି ଲମ୍ବୋଦର ନିଆଲ ଙ୍କୁ ସମର୍ଥନ କରି ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ସହ ସମସ୍ତ ଜନ ହିତକର ଯୋଜନା ବାବଦରେ ଲୋକଙ୍କୁ ସଚେତନ କରାଇ ଖଡ଼ିଆଳ ଅଞ୍ଚଳରେ ବିଜେଡିକୁ ସୁଦୃଢ଼ କରିପାରିଛନ୍ତି । ସେ ଗତ ଥର ବିଧାୟକ ଭାବରେ ପରାଜିତ ହେଲେହେଁ ତାଙ୍କ ନେତୃତ୍ୱରେ ଆଠ ଗୋଟି ଜିଲ୍ଲା ପରିଷଦ ଆସନରୁ ସାତଟି ରେ ବିଜୟୀ କରାଇ ଉଦାହରଣ ସୃଷ୍ଟି କରିଛନ୍ତି ।

ତେଣୁ ତାଙ୍କୁ ଚଳିତ ବର୍ଷ ପୁଣି ଥରେ ବିଧାୟକ ଟିକେଟ ପ୍ରଦାନ ପାଇଁ ବିଜେଡି ସୁପ୍ରିମୋ ଓ ସାଂଗଠନିକ ସମ୍ପାଦକ ଙ୍କ ସହ ଫାଇଭ ଟି ଅଧକ୍ଷ କୁ ନିଵେଦନ କରି ଏଥର ବିପୁଳ ବ୍ୟବଧାନ ରେ ତାଙ୍କର ବିଜୟ ହେବ ସେ ଆଶା ଦେଇଛନ୍ତି । । ଯଦି ଟିକେଟ ସକ୍ରିୟ ସଦସ୍ୟ ଙ୍କୁ ଦିଆନଯାଏ ତେବେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଅନେକ କର୍ମୀ ଦଳ ଛାଡିବାର ସଙ୍କେତ ଦେଇଛନ୍ତି । ବର୍ତ୍ତମାନ ଆଶା ଆକାଂକ୍ଷା ରେ ବିଜେଡି ଟିକେଟ କାହା ଭାଗ୍ୟରେ ଖଡ଼ିଆଳ ବିଜେଡି ଟିକେଟ ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି l

LEAVE A REPLY

Please enter your comment!
Please enter your name here