ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି କହିଛନ୍ତି। ଦୀର୍ଘ ୯୦ ଦିନ ହେବ ଆମ୍ ଆଦ୍ମୀ ପାର୍ଟି (ଆପ୍) ସୁପ୍ରିମୋ କାରାଗାରରେ ରହିଥିଲେ।ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଦ୍ବାରା ଗଠିତ ଖଣ୍ଡପୀଠରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ହୋଇ ତାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି।
ଏହି ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଜେରା ଗିରଫଦାରୀକୁ ଅନୁମତି ଦିଏ ନାହିଁ। ଜଷ୍ଟିସ ଖାନ୍ନା କହିଛନ୍ତି ଯେ, ଏହି ମାମଲା ଏକ ବୃହତ ବେଞ୍ଚକୁ ପଠାଯାଉଥିବାରୁ ଆମେ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଉଛୁ।ତେବେ ସବର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ମଧ୍ୟବର୍ତ୍ତୀ ଜାମିନକୁ ବୃହତ ବେଞ୍ଚ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ। କୋର୍ଟ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ୯୦ ଦିନରୁ ଅଧିକ ସମୟ ଧରି ବନ୍ଦୀ ହୋଇ ରହିଛନ୍ତି। ସେ ଜଣେ ନିର୍ବାଚିତ ନେତା, ଏବଂ ସେ ଏହି ଭୂମିକାରେ ଅବ୍ୟାହତ ରହିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ।”