ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ସରକାରଙ୍କୁ ଘାରିଛି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଚିନ୍ତା । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ଫୋର୍ସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ ।ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ । ଏଣିକି ସୁରକ୍ଷା ଦାୟିତ୍ବରେ ରହିବେ ୧୩୧ ଜଣିଆ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ AGଙ୍କୁ ଚିଠି ଲେଖିଛନ୍ତି । ମୟୂରଭଞ୍ଜର ଆରକ୍ଷୀ ଅଧିକ୍ଷକ ପ୍ରଶାସନିକ ଦାୟିତ୍ବରେ ରହିବେ । ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଜଙ୍ଗଲ ଓ ପରିବେଶ ବିଭାଗ ।ଏନେଇ ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘ଦେଶରେ ପ୍ରଥମ ଥର ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟରଣ୍ୟରେ ସଶସ୍ତ ପୋଲିସ ବାହିନୀ ଜଗିବାକୁ ଯାଉଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି । ଶିମିଳିପାଳରେ ହାତୀ, ବାଘ ବିଭିନ୍ନ ପ୍ରଜାପତି ଜୀବଜନ୍ତୁ ଅଛନ୍ତି । ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି ଅଭୟରଣ୍ୟକୁ । ସୁରକ୍ଷା ଦୃଷ୍ଟି କାରଣରୁ ୧୩୧ ଜଣିଆ ଏକ ଡେଡିକେଟେଡ଼ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ଖୁବଶୀଘ୍ର ନିୟୋଜିତ ହେବେ । ଶିମିଳିପାଳ ଜଙ୍ଗଲ ସୁରକ୍ଷା ହେବା ସହିତ ଏହାର ଅଭିବୃଦ୍ଧି ହେବ । ପର୍ଯ୍ୟଟକଙ୍କ ସୁରକ୍ଷା, ଶିକାର ରୋକିବା, ଶିକାରୀଙ୍କୁ ଚେକ ଦେବା ଏହା ବେଶ ସହାୟକ ହେବ ।