ଗଜପତି ( ବିପ୍ଲବୀ ପରିକ୍ରମା ):- ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କ ଗ୍ରାମୀଣ ଆତ୍ମା ନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭା ଗୃହରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ଇଡୁକୋ ଆନୁକୁଲ୍ୟରେ ଶିଶୁ ଯତ୍ନ ଓ ସୁରକ୍ଷାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | ପ୍ରେମ୍ ଅନୁଷ୍ଠାନର ସଭାପତି ଜାକୋବ ଥୁଣ୍ଡେଇଲଙ୍କ ଅଧକ୍ଷତରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମୋରିୟମ ରଇତ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ବ୍ଳକର ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ଜନପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟ , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I ବିଧାୟକ କେ ନାରାୟଣ ରାଓ ଶିଶୁଙ୍କ ଯତ୍ନ ପାଇଁ ସରକାର ସମସ୍ତ ଉଦ୍ୟମ ଜାରି ରଖୁଛନ୍ତି ବୋଲି କହିଥିଲେ । ଆଲୋଚନାଚକ୍ରରେ ଯୋଗ ଦେଇଥିବା ଜନପ୍ରତିନିଧୂମାନେ ଶିଶୁ ଯତ୍ନ ଓ ସୁରକ୍ଷାକୁ ନେଇ ଆଲୋଚନା କରିଥିଲେ । ପ୍ରେମ୍ ଅନୁଷ୍ଠାନର ସଞ୍ଜୁକ୍ତା ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନୁଷ୍ଠାନର ପରିଚାଳକ ସୁଧୀର କୁମାର କାର୍ଯ୍ୟକ୍ରମର ଆଲୋଚନାଚକ୍ରରେ ସଂଯୋଜନା କରିଥିଲେ I