ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ଷଡ଼ଙ୍ଗୀ । ନିୟମିତ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚ୍ର ଆଇପିଏସ ଅଫିସର ହେଉଛନ୍ତି ଅରୁଣ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ବିପିଏସପିଏ ନିର୍ଦ୍ଦେଶକ ସହ ଡିଜିପି ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀ ଶପଥ ନେବେ। ପରବର୍ତ୍ତୀ ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି । ଏହି ଅଫିସରଙ୍କ ତାଲିକା ପଠାଯାଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ୟୁପିଏସସିଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ କରୁନଥିବା ଜଣାପଡ଼ିଥିଲା। ବି ରାଧିକା ରାଜ୍ୟର ଡିଜିପି ହେବେ ବୋଲି ମଧ୍ୟ କୁହାଯାଉଥିଲା। ଏପରି ହୋଇଥିଲେ ରାଜ୍ୟକୁ ପ୍ରଥମ ମହିଳା ପୁଲିସ ମୁଖ୍ୟ ମିଳିଥାଆନ୍ତେ,କିନ୍ତୁ ଆଜି ଗୃହ ବିଭାଗ ଅରୁଣ ଷଡ଼ଙ୍ଗୀ ଡିଜିପି ଦାୟିତ୍ୱ ଦେଇଛି।