ନିୟମିତ ଦରମା ସହ ୭ ଦଫା ଦାବି ନେଇ ଆଶାକର୍ମୀ ଙ୍କ ଧାରଣା 

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନିୟମିତ ଦରମା ସହ  ଦଫା ଦାବିରେ ଗଜପତି ଜିଲ୍ଲା ମୋହନା ମେଡିକାଲ ଆଗରେ ଧାରଣା ଦେଇଛନ୍ତି ଆଶାକର୍ମୀ l ବ୍ଲକ ରେ କାର୍ଯ୍ୟରତ ଶତାଧିକ ଆଶାକର୍ମୀ ମେଡିକାଲ ଫାଟକ ଆଗରେ ଧାରଣାରେ ବସିଛନ୍ତି l ଗତ ୨୦୨୩ ଏପ୍ରିଲ ମାସ ଠାରୁ ସେମାନଙ୍କୁ ନିୟମିତ ଦରମା ମିଳୁନି l ଏଥିସହ ସେମାନଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉନି l ଏଥିପାଇଁ ଗତ ୬ ମାସ ତଳେ ସମାନ ଦାବି ନେଇ ମେଡିକାଲ ଆଗରେ ଧାରଣl ଦେଇଥିଲେ ଆଶାକର୍ମୀ l ସେତେବେଳେ ସେମାନଙ୍କ ଦାବି ପୂରଣ ସହ ନିୟମିତ ଦରମା ପ୍ରଦାନ କରାଯିବ ବୋଲି ମେଡିକାଲ ଭାରପ୍ରାପ୍ତ ଅଧିକାରୀ ପ୍ରତିଶୃତି ଦେଇଥିଲେ l କିନ୍ତୁ ଏଯାଏଁ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆଶାକର୍ମୀ l ଅନ୍ୟ ପକ୍ଷରେ ଫାଟକ ଆଗରେ ଧାରଣା ଯୋଗୁଁ ରୋଗି ସେବା ବାଧାପ୍ରାପ୍ତ ହେଉଛି l ତୁରନ୍ତ ସେମାନଙ୍କ ଦାବି ନେଇ ଆଲୋଚନା କରାଯିବ ବୋଲି ମେଡିକାଲ ଭାରପ୍ରାପ୍ତ ଅଧିକାରୀ କହିଛନ୍ତି l

LEAVE A REPLY

Please enter your comment!
Please enter your name here