ଗଞ୍ଜାମ, ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବୁଧବାର ଦିନ ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ଆଖୁ ଚାଷ ହେଉଥିବା ଗଂଜାମ ଜିଲ୍ଲାର ପରିସୀମାର ୧୬ ଟି ବ୍ଲକ,ନୟାଗଡ଼ ଜିଲ୍ଲାର ଚାରି ଗୋଟି ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ବ୍ଲକର ଆଖୁ ଚାଷୀ, କାରଖାନାର ଅଂଶୀଦାର, ଏବଂ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ l ଆସିକା ଚିନି କାରଖାନା ଓ ଆଖୁ ଚାଷୀ ଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ଡିପିଆର ପ୍ରସ୍ତୁତ କରି ତାକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ମତପ୍ରକାଶ କରିଥିଲେ l
ବୁଧବାର ଦିନ ଗଂଜାମ ଜିଲ୍ଲା ଆସିକା ଚିନିକାରଖାନା ପରିସରରେ ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ଆଖୁ ଚଷା ପାଇଁ ଜମିକୁ ପାଣି,ଆଖୁଚାଷୀଙ୍କୁ ଆର୍ଥିକ ପ୍ରୋତ୍ସହନ,ଚିନିକାରଖାନାରୁ ପ୍ରସ୍ତୁତ ହେଉଥିବା ଆସିକା ଫଟି ର ଦରବୃଦ୍ଧି,ଶିଳ୍ପର ପୁରାତନ ଯନ୍ତ୍ରାଂଶ ପରିବର୍ତ୍ତନ କରି ନୂତନ ଯନ୍ତ୍ରାଂଶ ଦ୍ୱାରା ଆଖୁପେଡା କାର୍ଯ୍ୟକୁ ଅଗ୍ରଗତି କରିବା, ଆବଶ୍ୟକ କର୍ମଚାରୀ ନିଯୁକ୍ତି ,ସର୍ବପୁରାତନ ଏହି କାରଖାନାର ମରାମତି ସକାଶେ ସରକାରୀ ଅନୁଦାନ ପ୍ରଦାନ ଉପରେ ସାଂସଦ ଗୁରୁତ୍ୱ ଦେଇଥିଲେ. ଆସ୍କା ଚିନିକାରଖାନାର ପୁନଃରୁଦ୍ଧାର ଏବଂ ଋଣ ମୁକ୍ତ ନିମନ୍ତେ ଆସିକା ମାନ୍ୟବର ବିଧାୟକ ଓଡିଶା ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି l ଅତିଶୀଘ୍ର ରାଜ୍ୟ ସରକାର ଉଚ୍ଚ ସ୍ତରୀୟ ବୈଠକ କରି ଏହାର ଆସୁ ସମାଧାନ କରିବେ ବୋଲି ଆସ୍କା ବିଧାୟକ ସୂଚନା ପ୍ରଦାନ କରିଛନ୍ତି l
ବୈଠକରେ ଆସ୍କା ଚିନିଶିଳ୍ପର ଗତ ଦୁଇ ବର୍ଷର ଆୟବ୍ୟୟ ର ତାଲିକା ଉପସ୍ଥାପନା କରିଥିଲେ ଚିନି କାରଖାନା ପରିଚାଳନା ନିର୍ଦେଶକ . ୨୦୨୩ ରେ ୧୫୮.୫୭ କୋଟି ଟଙ୍କା ରାଜସ୍ୱ ଆଦାୟ, ୧୫୫.୫ କୋଟି ଟଙ୍କା ବ୍ୟୟ ହୋଇଥିଲା l ପୂର୍ବ ସଂଚିତ କ୍ଷତି ୫.୨୧ କୋଟି ଟଙ୍କା ବାବଦକୁ ଲାଭ ଥିବା ୩.୦୭ କୋଟି ପୈଠ କରାଯାଇଛି l ଆହୁରି ୨.୧୪ କୋଟି ଟଙ୍କାର ସଂଚିତ କ୍ଷତି ରହିଛି . ୨୦୨୪-୨୫ ନିମନ୍ତେ ଚିନି ବିକ୍ରୟ, ଆସ୍କା ୪୦ ,ଅନ୍ୟାନ ଦିଗରୁ ୧୯୯. ୩୫ କୋଟି ଟଙ୍କା ଆଦାୟ ହେବ. ଶିଳ୍ପର ଅନ୍ୟାନ ଖର୍ଚ୍ଚ ବିକ୍ରୟ ବାବଦକୁ ୧୯୬. ୨୧ କୋଟି ବ୍ୟୟ ହେବ ବୋଲି ଲକ୍ଷ ଧାର୍ଯ୍ୟ ରଖାଯାଇଥିବା ନେଇ ଚିନିକଳ ପରିଚାଳନା ନିର୍ଦେଶକ ସୂଚନା ପ୍ରଦାନ କରିଛନ୍ତି l
ଏହି ବୈଠକ ରେ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ବୁଗୁଡ଼ା, ପୋଲସରା, ଆସ୍କା, ସୋରଡ଼ା, ଶେରଗଡ଼, ସାନଖେମୁଣ୍ଡି, ଦିଗପହଣ୍ଡି କୁ ମିଶି ୧୦ ବ୍ଲକ ର ୫୭ ସେବା ସମିତି ର ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ l ପରିଶେଷରେ ଅଧିକ ବିଲ ରେ ଆଖୁ ଚାଷ କରିବା ବେଗୁନିଆପଡା ର କିଶୋର ଚନ୍ଦ୍ର ମେହେଣା, କମ ଜମିରେ ଅଧିକ ଚାଷ ପାଇଁ ଆସ୍କା ତରାସିଂଙ୍ଗି ର ଧୋବା ବେହେରା, ବୈଞ୍ଜାନିକ ପଦ୍ଧତି ରେ ଆଖୁଚାଷ ପାଇଁ ଶେରଗଡ଼ ବ୍ଲକ ତାକରଡା ର ସିମାଞ୍ଚଳ ନାହାକ ଓ କୁମାରପାଣି ର ନିୟମିତ ଭାବେ ଆଖୁ ଯୋଗାଇଥିବାରୁ ପଦ୍ମ ଚରଣ ବିଷୋୟୀ କୁ ଅତିଥିମାନେ ସଂମାନ୍ନୀତ କରିଥିଲେ l