ଆସିକା ଚିନି କାରଖାନାରେ ଆଖୁପେଢା ଆରମ୍ଭ

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ଆରମ୍ଭ ହେଲା ଆସିକା ଚିନି କାରଖାନା ର ଚଳିତ ବର୍ଷ ର ଆଖୁ ପେଢା କାର୍ଯ୍ୟକ୍ରମ lଏସିଆ ମହାଦେଶର ସର୍ବ ପୁରାତନ ଆସିକା ଚିନିକାରଖନା ରେ ଚଳିତ ବର୍ଷ ଆଖୁ ପେଢା ଋତୁ ର ଅନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି l ଆଜି ଚିନି କାରଖାନା ପରିସରରେ ପରିଚାଳନା ନିର୍ଦ୍ଦେଶକ ଡା. ସୁଶାନ୍ତ କୁମାର ପଣ୍ଡା ହୋମ ପୂଜା କରି ପରିଚାଳନା ନିର୍ଦ୍ଦେଶକ,କତୃପକ୍ଷ କର୍ମଚାରୀ, ଶ୍ରମିକ, ଚାଷୀ ମାନଙ୍କ ମିଳିତ ସହଯୋଗ ରେ ଆଖୁ ରୁ ଚିନି ଉତ୍ପାଦନ କାମ ଆରମ୍ଭ ହୋଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଚିନିକାରଖାନା ର ପରିଚାଳନା ପରିଷଦ ର ସଭାପତି ରବୀନ୍ଦ୍ର ପଣ୍ଡା, ବିଧାୟକ ପ୍ରତିନିଧି ସଂଗୀତ ପାଢ଼ୀ,,ଉପ ସଭାପତି ସ୍ନେହଳତା ଗଣ୍ଡ, ଆସିକା ସମବାୟ ଚିନିଶିଳ୍ପ ନୂଆଗାଁ ଲିଃ କୁ ଗଞ୍ଜାମ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲା ରେ ଆଖୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ବହୁ ସଚେତନତା କରାଯାଇଛି l ସେହି କ୍ରମରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ର ୧୬ ଗୋଟି ବ୍ଲକ ରୁ ୧୫୬୩ ଜଣ ଚାଷୀ , ନୟାଗଡ ଜିଲ୍ଲା ରେ ୭୫ ଜଣ ଆଖୁ ଚାଷ କରିଛନ୍ତି l ଗତ ୨୦୨୩-୨୪ ଆଖୁ ପେଢା ଋତୁ ରେ ମୋଟ ୪୧ ଦିନ ରେ ୦୨ହଜାର ଏକର ଚାଷ ଜମି ରେ ୪୯, ୨୫୫ ମେଟ୍ରିକଟନ ଆଖୁ ପେଢା ହୋଇଥିଲା l ସେଥିରୁ ଚିନି କାରଖାନା ୩୮୯୪୦ କୁଇଣ୍ଟାଲ ଚିନି ଉତ୍ପାଦନ ହୋଇଥିଲା l ଚଳିତ ୨୦୨୪-୨୫ ଆଖୁ ପେଢା ଋତୁ ରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ର ମୋଟ ୧୬୩୮ ଜଣ ଚାଷୀ ମାନଙ୍କ ଠାରୁ ୫0 ଦିନ ରୁ ୬୦ ଦିନ ମଧ୍ୟରେ ପ୍ରାୟ ୫୦ ହଜାର ମେଟ୍ରିକଟନ ଆଖୁ ପେଢା ହେବାର ଧାର୍ଯ୍ୟ କରାଯାଇଛି l ଚଳିତ ବର୍ଷ ଆଖୁ ଚାଷୀ ମାନଙ୍କ ଟନ ପିଛା ୩୦୮୦ ରୁ ବୃଦ୍ଧି କରି ୩୫୦୦ ଟଙ୍କା ଦେବାକୁ ସ୍ଥିର ହୋଇଛି l ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ଆଖୁ ଦରର ମୂଲ୍ୟ ସର୍ବାଧିକ ବୃଦ୍ଧି ବୋଲି କୁହାଯାଉଛି l ଚାଷୀ ମାନଙ୍କୁ ଆଗାମୀ ବର୍ଷ ନିମନ୍ତେ ଜଳସେଚନ ପାଇଁ ବୋର ବେଲ ଏବଂ ଡ୍ରିପ ଇରିଗସନ, ସାର, ଉନ୍ନତ ବିହନ,କୃଷି ଋଣ ସମେତ ଶୀଘ୍ର ଆଖୁ ର ମୂଲ୍ୟ ଚାଷୀ କୁ ଦିଆଯିବା ପାଇଁ ସବୁ ପ୍ରକାର ବ୍ୟବସ୍ତା କରାଯlଇଛି. କାରଖାନା କୁ ଆଖୁ ଆଣିବା ପାଇଁ ଆସିକା ଟ୍ରକ ମାଲିକ ସଙ୍ଘ ସହ ମଧ୍ୟ ଚୁକ୍ତି ସାରିଛି l ଗତ ଆଖୁ ପେଢା ରେ ଆଖୁ ର ରିକୋଭାରୀ ରେଟ ୮. ୫ ରୁ ବୃଦ୍ଧି କରି ୦୯ କୁ ବୃଦ୍ଧି ପାଇଁ ଚେଷ୍ଟା କରାଯାଇଛି l ଏଥି ସହିତ ଆଖୁ ଚାଷ କୁ ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ବୋନସ ଦେବାକୁ ଚାଷୀ ଦାବୀ, ଶିଳ୍ପ ର ନବୀକରଣ ପାଇଁ ନୂତନ ଯନ୍ତ୍ରପାତି, ନିମନ୍ତେ ସରକାରଙ୍କୁ ନିବେଦନ କରିଥିବା ବିଷୟ ପରିଚାଳନା ନିର୍ଦ୍ଦେଶକ ଡା. ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here