Asika’s maa Phulkeshini’s three-year Thakurani yatra has started

0
Oplus_131072

ଆରମ୍ଭ ହୋଇଯାଇଛି ଆସିକାର ମା’ ଫୁଲକେଶିଣୀଙ୍କ ତ୍ରୟବାର୍ଷିକ ଠାକୁରାଣୀ ଯାତ୍ରା 

ଆସିକା ( ବିପ୍ଲବୀ ପରିକ୍ରମା ):- ମା’ସପ୍ତଠାକୁରାଣୀଙ୍କ ମହାମିଳନ ପର୍ବ I ଜିଲ୍ଲା ଏବଂ ଜିଲ୍ଲାବାହାରରୁ ଆସୁଛନ୍ତି ହଜାର ହଜାର ଦର୍ଶକ I ସନ୍ଧ୍ୟା ସମୟରୁ ଅର୍ଦ୍ଧ ରାତ୍ର ପର୍ଯ୍ୟନ୍ତ ଜମୁଛି ଶ୍ରଦ୍ଧାଳୁ ଙ୍କ ଭିଡ଼ I କେତେକ ମାନସିକଧାରୀ ଘଟ ପାଇଁ ଅପେକ୍ଷା କରନ୍ତି ତ କେତକ ମନସ୍କାମନା ପୂର୍ଣ୍ଣ ପାଇଁ ଭିଡ଼ ଲାଗି ରହେ I ଆସିକା ପ୍ରସିଦ୍ଧ ସପ୍ତ ଠାକୁରାଣୀ ବା ସାତ ଭଉଣୀ ତଥା ମା ଫୁଲକେଶିନୀଙ୍କ ସମେତ ଦକ୍ଷିଣ ଓଡିଶାର ଆରାଧ୍ୟ୍ୟ ଦେବୀ ଖମ୍ବେଶ୍ୱରୀ,ଅନ୍ୟତମ ପ୍ରସିଦ୍ଧ କାଳିମୁଖୀ, ବସଷ୍ଟାଣ୍ଡ ଠାରେ ବିଜେ ବୁଢୀ ଠାକୁରାଣୀ,ଜୋକବନ୍ଧ ନିକଟରେ ବିଜେ ମାଣିକେଶ୍ବରୀ, ସୁନାମ୍ବ ସାହିରେ ବିଜେ ବହୁ ପୁରାତନ ଗ୍ରାମ ରକ୍ଷାକାରି ଗ୍ରାମଦେବତୀ ଓ ତାଲୁକା ବ୍ରାହ୍ମଣ ଶାସନରେ ବିଜେ ମା ବିମଳାଙ୍କ ଆଜ୍ଞା ମାଳକୁ ଅସ୍ଥାୟୀ ପୀଠରେ ସ୍ଥାପନ କରାଯାଇ ସୋସ୍ତ୍ରୀୟ ପଣ୍ଡିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି l

Oplus_131072

ପଣ୍ଡିତ ରାମକୃଷ୍ଣ ନନ୍ଦ,ପ୍ରମୋଦ ହୋତା, ଙ୍କ ତତ୍ୱାଧାନରେ ସୂର୍ଯ୍ୟପୂଜା, ଗ୍ରହପୂଜା, ମଣ୍ଡଳମଧ୍ୟରେ ଦେବତା ପୂଜା, ଚଣ୍ଡୀପୂଜା, ଚଣ୍ଡୀପାଠ ପଠନ, ସନ୍ଧ୍ୟା ରେ ହୋମ ଯଂଜ୍ଞ, ଆରତୀ, ଭୋଗ ଅନୁଷ୍ଠିତ ହୁଏ l ସକାଳ ସମୟରେ ଦେବୀଙ୍କ ନିକଟକୁ ଗ୍ରାମର ଶୀତଳ ଏବଂ ବିଭିନ୍ନ ରୋଗ ନିୟନ୍ତ୍ରଣ ପାଇଁ ପଣା ଭୋଗ ନେଇ ବାଦ୍ୟ ବାଜଣା ସହ ପଟୁଆର ରେ ଆସି ଅସ୍ଥାୟୀ ମନ୍ଦିର ଠାରେ ଅର୍ପଣ କରିଥିଲେ l

Oplus_131072

ଯାତ୍ରା ସମୟରେ ମାଙ୍କ ପାଖରେ ମାନସିକ ରଖିଲେ ସନ୍ତାନ ପ୍ରାପ୍ତି, ଶରୀର ଆରୋଗ୍ୟ ସମେତ ସୁଖ ଶାନ୍ତି ପ୍ରଦାନ କରନ୍ତି l ଏଥି ପାଇଁ ଅନେକ ଦୂର ଦୁରନ୍ତରୁ ମାନସିକ ଧାରୀ ରୁଣ୍ଡ ହୁଅନ୍ତି l ମହିଳା ମାନେ ଉପବାସ ରହି ମା ଙ୍କ ଘଟ କଳସ ଧାରଣ କରି ନଗର ପରିକ୍ରମା ରେ ବାହାରି ପୁଣି ଅସ୍ଥାୟୀ ମଣ୍ଡପକୁ ଫେରି ଆସନ୍ତି l ରାତ୍ର ରେ ଢୋଲ, ତାଳ, ଘଣ୍ଟ, ମୃଦଙ୍ଗ, ତୁରୀ ଓ ଶଙ୍ଖ ବାଦ୍ୟରେ ସହର କମ୍ପମାନ ହୋଇଥାଏ l ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ୱନିରେ ପୂଜା, ହୋମ, ଆରତୀ, ଯଂଜ୍ଞ ସାଲା ରେ ଦେବତା ପୂଜନ, ଅର୍ଚନ, ବନ୍ଦନ ଆଦି ଅନେକ ପୂଜା ପାଠ ହୁଏ l

Oplus_131072

ସଂଧ୍ୟlରେ ରାମଦୋଳି, ମୀନା ବଜାର,ମେଢ଼, ଏବଂ ବିଭିନ୍ନ ଉପକରଣ ବଜାର ରେ ପିଲା ଠାରୁ ମହିଳା ସମସ୍ତେ ଜିନିଷ କିଣାରେ ମନ ଲାଖି ରହିଛନ୍ତି l ଜୋନ ଗୁଡିକରେ ଭକ୍ତ ମାନଙ୍କୁ ମାଗଣା ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି l ଏନ ଏ ସି ପକ୍ଷରୁ ସଫେଇ ଏବଂ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିମନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି l

LEAVE A REPLY

Please enter your comment!
Please enter your name here