ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ମଦ ମୃତ୍ୟୁ ହେବାରୁ ଚେତା ପଶିଲା ଅବକାରୀ ବିଭାଗକୁ l ସରକାରଙ୍କୁ ବଦନାମର ଭୟ ଘାରିଛି, ଯାହାକି ଅବକାରୀ ବିଭାଗକୁ ଅଧିକ ତତ୍ପର କରି ଦେଇଛି।ଗଞ୍ଜାମ ଜିଲ୍ଲା ର ଚିକିଟି ପାତ୍ରପୁର ଅଂଚଳ ରୁ ମଦ ମୃତ୍ୟୁ ଘଟଣା ପରେ କାଳେ ଆସିକା ଅଞ୍ଚଳରେ ମଦ ମୃତ୍ୟୁ ହୋଇଯିବ ସେ ଭୟ ସତେ ଯେମିତି ଅବକାରୀ ବିଭାଗର ଚିନ୍ତା ବଢ଼େଇ ଦେଇଛି l ବର୍ତମାନ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ପରେ ଚଢ଼ାଉ କରି ଚାଲିଛନ୍ତି।ବିଲ ହୁଡ଼ା,ନଦୀ ପଠା, ନିକାଞ୍ଚନ ଓ ଆବର୍ଜନା ସ୍ଥାନ ଗୁଡିକରେ ମାଟି ତଳେ ପୋତା ଯାଇଥିବା ପୋଚ ଖୋଜିବାରେ ଲାଗିଛନ୍ତି । ସକାଳୁ ସକାଳୁ ଆସିକା ଅବକାରୀ ବିଭାଗ ପକ୍ଷରୁ କେ. ନୁଆଁପଲି ଏରୋଗୋଲା ବସା, ଦେବଭୂମି, କମାଗଡ଼ ଅଞ୍ଚଳ ରେ ବେଆଇନ ଦେଶୀ ମଦ ରନ୍ଧା ପ୍ରସ୍ତୁତି ବେଳେ ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ର ପୋଚ ନଷ୍ଟ କରି ଦୁଇ ଜଣଙ୍କୁ ଗିରଫ କରିଛି।ପୋଚ ଦୁଇ ହଜାର ଲିଟର ନଷ୍ଟ କରିବା ସାଙ୍ଗକୁ ଦୁଇ ଶହ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି। ଗିରଫ ଦୁଇ ଜଣ ହେଲେ ପାକଲାପଲ୍ଲୀ ର ସୁରଜ ପ୍ରଧାନ ଏବଂ ନୁଆଁପଲ୍ଲୀ ର ପି. ନାଗେଶ୍ୱର ରାଓ l ଗିରଫ ଦୁଇଙ୍କୁ ଆସିକା କୋର୍ଟ ଚାଲାଣ କରାଯାଇଥିବା ଆସିକା ଅବକାରୀ ନିରୀକ୍ଷକ ଡମ୍ବୁରୁଧର ହରିଜନ ସୁଚନା ଦେଇଛନ୍ତି।ଆଜିର ଏହି ଚଢ଼ାଅ କାର୍ଯ୍ୟକ୍ରମ ରେ ଆସିକା ଅବକାରୀ ଥାନା ର ରବୀନ୍ଦ୍ର ନାଥ ବିଶ୍ୱାଳ, ନୀଳମ୍ବର ନାୟକ, ଜି. ଭିମା, ସୁଜିତ ସାହୁ, ସିଦ୍ଧାର୍ଥ ବିଷୋୟୀ ଉପସ୍ଥିତ ରହିଥିଲେ l