ବଡ଼ି ବିଲଡିଙ୍ଗରେ ମୋହନାର ଅସିତଙ୍କ ସଫଳତା

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନା ବ୍ଲକର ଅସିତ୍ ରଞ୍ଜନ ଦତ୍ତ ଭାରତର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ବଡ଼଼ି ବିଲଡ଼ିଙ୍ଗ ପ୍ରତିଯୋଗୀତାରେ କୃତିତ୍ତ୍ଵ ହାସଲ କରି ଚାଲିଛନ୍ତି।

ଫେବୃଆରୀ ୯ରେ ପୁରୀର ସମୁଦ୍ର ବେଳା ଭୂମିରେ ଅନୁଷ୍ଠିତ କନିଷ୍ଠ ଓ ବରିଷ୍ଠ ୟୁନିଭରସାଲ ଲିଜେଣ୍ଟ କ୍ଲାସିକ୍ ବଡ଼଼ି ବିଲଡ଼ିଙ୍ଗ୍ ପ୍ରତୀଯୋଗୀତାରେ ସେ ଚମ୍ପିଆନ୍ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୬ ଫେବୃଆରୀରେ ପୁରୀ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିବା ବିଏଫ୍ ଠ୭ କ୍ଲାସିକ୍ ସିନିଅର ବଡ଼ି ବିଲଡ଼ିଙ୍ଗ୍ ପ୍ରତିଯୋଗୀତାରେ ସ୍ଵର୍ଣ୍ଣ ପଦକ ଲାଭ କରି ଗଜପତି ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି।

ସେହିପରି ଆସନ୍ତା ଜୁନ ୨୮ ରେ ମାଲେସିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ଵସ୍ତରୀୟ ବଡ଼ି ବିଲଡ଼ିଙ୍ଗ ପ୍ରତିଯୋଗୀତାରେ ଭାଗ ନେବାକୁ ଥିବା ୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଅସିତ୍ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ କିଭଳି ସଫଳତା ହାସଲ କରିବେ ସେଥିପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଅସିତ କହିଛନ୍ତି l

Oplus_131072

ଗତ ମାର୍ଚ୍ଚ ୯ ରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ବଡି ବିଲଡିଙ୍ଗ୍ ପ୍ରତୀଯୋଗୀତାରେ ସେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l ଆଗାମୀ ମାଲେସିଆ ରେ ମଧ୍ୟ କୃତିତ୍ୱ ହାସଲ କରିବେ ବୋଲି ଅସିତ୍ ଆଶା ରଖିଛନ୍ତି। ମୋହନା ଭଳି ଏକ ଛୋଟିଆ ସହର ର ନିବାସୀ ପ୍ରଶାନ୍ତ ଏବଂ ଟିକିନା ଦତ୍ତ ଙ୍କ ଏକ ମାତ୍ର ପୁତ୍ର ଙ୍କ ଏଭଳି ଅନନ୍ୟ ପ୍ରତିଭା ରାଜ୍ୟ, ଜ଼ିଲ୍ଲା ଏବଂ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସି ଆଣିଦେଇଛି l

LEAVE A REPLY

Please enter your comment!
Please enter your name here