Aspirant will get the job

0

ଆଶାୟୀ ପାଇବେ ନିଯୁକ୍ତି

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଦ୍ୟାଳୟ ଗୁଡିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହେବ । ରାଜ୍ୟରେ ଶିକ୍ଷକ ଅଭାବ ବି ଦୂର ହେବ । ନୂଆ ସରକାରଙ୍କ ଦ୍ଵିତୀୟ କ୍ୟାବିନେଟରେ ଶିକ୍ଷକ ନିଯୁକ୍ତି ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଦ୍ବାରା ୧୮,୭୮୮ ପ୍ରାର୍ଥୀଙ୍କ ଚୟନ ତାଲିକା ଅନୁଯାୟୀ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି ।ରାଜ୍ୟରେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୫୭,୦୦୦ପଦବୀ ଖାଲି ପଡ଼ିଛି । ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୨୯ ପିଲାରେ ଜଣେ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୧ ପିଲାରେ ଜଣେ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତେଣୁ ଏହି ଖାଲି ପଦବୀ ପୂରଣ ପାଇଁ ଯୋଜନାଭିତ୍ତିକ ଭାବେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।ରାଜ୍ୟରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଦୀର୍ଘଦିନ ହୋଇ ଦାବି ହୋଇଆସୁଥିଲା । କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନ ବି କରୁଥିଲେ। ଆଉ ଏବେ ପୁରୁଣା ସରକାରଙ୍କ ନିଷ୍ପତିକୁ ନୂଆ ଢଙ୍ଗରେ କାର୍ଯ୍ୟକାରୀ କରିଛନ୍ତି ନୂଆ ସରକାର ।

LEAVE A REPLY

Please enter your comment!
Please enter your name here