ଅନ୍ବେଷା ହଷ୍ଟେଲ୍‌ରେ ମାର୍‌ପିଟ୍

0

ରାୟଗଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାୟଗଡା ଜିଲ୍ଲା ଗୁଣୁପୁର ତହସିଲ୍ ଅଫିସ୍ ନିକଟ ରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନ୍ଵେଷା ହଷ୍ଟେଲ୍‌ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲିଛି। ଛାତ୍ର ଅଭିଜିତ୍ ଶବର ନବମ ଶ୍ରେଣୀ, ଉଥାପା ଶବର ଅଷ୍ଟମ ଶ୍ରେଣୀ, ପବିତ୍ର ଶବର ଅଷ୍ଟମ ଶ୍ରେଣୀଙ୍କୁ କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି | ଏହି ଭିଡିଓ ଦେଖୁଲେ ଲୋମ ଟାଙ୍କୁରି ଉଠିବ ।

ହଷ୍ଟେଲ୍‌ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ରଖ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରି ଶିକ୍ଷାଦାନ ପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଭିଡ଼ିଓ ଦେଖୁଲେ କିଭଳି ଅବ୍ୟବସ୍ଥା ଚାଲିଛି ସ୍ପଷ୍ଟ ଅନୁମେୟ ହେଉଛି। ଛାତ୍ରମାନେ ହଷ୍ଟେଲ୍‌ରେ କେତେ ସୁରକ୍ଷିତ, ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ କିଭଳି ଛାତ୍ରମାନଙ୍କୁ ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଠିକ୍ ବୁଝିହେଉଥ‌ିବ। ଭିଡିଓ ଭାଇରଲ ପରେ ହଷ୍ଟେଲ୍‌ ପହଞ୍ଚି ତଦନ୍ତ କରୁଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଗଙ୍ଗାଧର ବେହେରା। ଆକ୍ରମଣରେ ଶିକାର ହୋଇଥିବା ଛାତ୍ରମାନଙ୍କୁ ଗୁଣୁପୁର ମେଡିକାଲ୍‌ରେ ଚିକିତ୍ସା କରାଯାଇଛି। ସ୍ବାସ୍ଥ୍ୟ ଠିକ୍ ଥିବା ସୂଚନା ଦେଇଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ। ତେବେ ଜିଲ୍ଲା ପ୍ରଶାସନ ଏଥିରେ କ’ଣ ପଦକ୍ଷେପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର | ଏନେଇ ଜିଲ୍ଲା ମଙ୍ଗଳ ଅଧୂକାରୀ ଅସୀମା ରାଓଙ୍କୁ ପଚାରିବାରୁ ଘଟଣାଟି ଗତ ୩/୪ ଦିନ ତଳର ର ହୋଇଥିବା ବେଳେ ଖବର ମିଳିବାପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି I

ହଷ୍ଟେଲ ଅଧୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ସହ ସେ ହଷ୍ଟେଲ ସମ୍ଭାଳି ପାରୁନଥିବାରୁ ତାଙ୍କୁ ଉକ୍ତ ଦାୟିତ୍ବରୁ ମୁକ୍ତ କରିବାକୁ ସ୍ଥାନୀୟ ବିଡ଼ିଓଙ୍କ ସମେତ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଚିଠି କରିଛୁ ବୋଲି କହିବା ସହ ମାଡ଼ ମାରିଥିବା ଛାତ୍ରମାନଙ୍କୁ କାଉନ୍‌ସେଲିଂ କରାଯାଇଥିବା ବେଳେ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଆଲୋଚନା କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here