ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସ୍ମାର୍ଟ ହେବେ ବିଧାୟକ । ଆଜିଠୁ ପେପର ଲେସ୍ ହେଲା ବିଧାନସଭା । ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ । ଆଉ ପ୍ରଶ୍ନୋତ୍ତର କିମ୍ଭା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା (National e-Vidhan Application (NeVA)) ତରଫରୁ ହୋଇଛି ବ୍ୟବସ୍ଥା । ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ ।ଆଉ ପ୍ରଶ୍ନୋତ୍ତର କିମ୍ଭା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ହୋଇଛି ଏହି ବ୍ୟବସ୍ଥା । ଏହି ବ୍ୟବସ୍ଥାର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଟେକ୍ନୋଲୋଜି ସହ ତାଳ ଦେଇ ଆଗକୁ ବଢୁଛି ଯୁଗ । ଆଉ ବିଧାନସଭା ଏବେ ହେଲା ପେପର ଲେସ୍ । ଗୃହର ସଦସ୍ୟ ମାନେ ବ୍ୟବହାର କରିବେ ଟ୍ୟାବ । ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଏହି ଅଧିବେଶନରେ ପେପର ଲେସ ହେବ ଅର୍ଥାତ ବିଧାୟକ ମାନେ ଟ୍ୟାବ ବ୍ୟବହାର କରିବେ । ଏହା ଦ୍ୱାରା କାର୍ଯ୍ୟଶୈଳୀ ଅଧିକ ସହଜ ହେବ । ଏହା ମାଧ୍ୟମରେ ସାରା ଦେଶ ସହ ସଂଯୋଗ କରିହେବ । ଏନେଇ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠାରୁ ( ୧୩)p ତାରିଖରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ । ୧୩ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଅଧିବେଶନ।ସେହିପରି ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ।