ଆସିକା ଚିନିକାରଖାନାରେ ଆଖୁ ପେଢା ଋତୁ ପାଇଁ ପୂଜାଅର୍ଚ୍ଚନାପରେ ବୟଲରରେ ଅଗ୍ନି ସଂଯୋଗ ଆରମ୍ଭ

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆସିକା ସମବାୟ ଚିନିଶିଳ୍ପ ଲିଃ ରେ ଆଖୁ ପେଢା ଋତୁ ପର୍ବ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟ ରେ ପହଂଚିଛି l ଜାନୁଆରୀ ୧୭ ରେ ଆରମ୍ଭ ହେବ ଚଳିତ ବର୍ଷ ର ଆଖୁପେଡା ସିଜନ l ସମସ୍ତ ପ୍ରକାର ଯନ୍ତ୍ର ପାତି ଗୁଡିକୁ ମେକାନିକ, ଟେକ୍ନିସିଆନ ଏବଂ ଯନ୍ତ୍ରୀ ମାନେ ଭଲଭାବେ ମରାମତି କରି ସପୂର୍ଣ ଭାବେ କାର୍ଯ୍ୟକ୍ଷମ କରିଛନ୍ତି l

ପରିଚାଳନା କତୃପକ୍ଷ ଏବଂ କାରଖାନା ର ଏମ ଡି ଠାରୁ ଆରମ୍ଭ କରି କର୍ମଚାରୀ ମାନେ ସମସ୍ତେ ମିଳିମିଶି ଟ୍ରାନ୍ସପୋର୍ଟ ସୁବିଧା, ଚାଷୀ ର ଚାଷ ମୁଣ୍ଡରୁ କଞ୍ଚାମାଲ ଆଣିବା, କଟିଙ୍ଗ ଆଦେଶ ସଠିକ ବଣ୍ଟନ କରିବା ସମେତ ସମସ୍ତ ଆନୁସଙ୍ଗିକ ଵିଧି ବ୍ୟବସ୍ତା ସବୁ ସଠିକ ଭାବେ କରିଛନ୍ତି ବୋଲି କୁହାଯାଉଛି l ଚଳିତ ବର୍ଷ ଗଞ୍ଜାମ ଏବଂ ନୟାଗଡ ଅଂଚଳ ରୁ ଆଖୁ ଏହି କାରଖାନା କୁ ଆସିବ ନିମନ୍ତେ ସ୍ଥିର ମଧ୍ୟ ହୋଇଛି l ଗତ ଥର ଅପେକ୍ଷା ଚଳିତ ଥର ଆଖୁ ପେଡା ଏବଂ ଚିନି ଉତ୍ପାଦନ ରେ ବୃଦ୍ଧି ହେବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି l ଚାଷୀ ମାନଙ୍କ ପାଇଁ ଆଖୁ ଦର ରେ ବୃଦ୍ଧି କରାଯାଇଛି l ଆଖୁ ଟନ ପିଛା ୩୫୦୦ ଟଙ୍କା ଦେବାକୁ ସ୍ଥିର କରାଯାଇଛି l

ଏଥି ସହିତ ଆଖୁ ଚାଷୀ ମାନଙ୍କୁ ରାଜ୍ୟ ସରକାର ଆଖୁ ଚାଷ କୁ ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର ବୋନସ ଦେବାକୁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here