ଅଟଳବିହାରୀ ବାଜପେୟୀଙ୍କୁ ଶତବାର୍ଷିକୀ ଜୟନ୍ତୀ ସମାରୋହ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଶ୍ୱର ବିଶିଷ୍ଟ ଜନନେତା ତଥା ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜୟନ୍ତୀ ସମାରୋହକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବ୍ୟାପୀ ‘ସୁଶାସନ ଦିବସ’ ରୂପେ ପାଳନ କରାଯାଇଛି l ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଅବଗତ କରାଇ ଅନେକ ପ୍ରତିଭାର ଅଧିକାରୀ ଏବଂ ସେ କିଭଳି ଦେଶର ଶାସନ ବ୍ୟବସ୍ଥାକୁ ସୁଶାସନ ବ୍ୟବସ୍ଥାରେ ପରିଣତ କରି ଦେଶ ଓ ବିଦେଶୀ ସମ୍ପର୍କ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲେ ତାହା ଅବଗତ କରାଇଥିଲେ। ସଂମ୍ମାନୀତ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ , ଛତ୍ରପୁର ବିଧାୟକ କୃଷଚନ୍ଦ୍ର ନାୟକ ନିଜ ବକ୍ତବ୍ୟରେ ବାଜପେୟୀଙ୍କ ଆଦର୍ଶ ସମ୍ପର୍କରେ କହିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗିର ମଞ୍ଚାସୀନ ଥିଲେ।, ପୂର୍ବାହ୍ଣରେ ବ୍ରହ୍ମପୁର ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରେକ୍ଷାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଓ ବିଦ୍ୟାଳୟ ସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା।କୃତି ପ୍ରତିଯୋଗୀ ଙ୍କୁ ଅତିଥିମାନଙ୍କ ଦ୍ଵାରା ସଂମ୍ମାନୀତ କରାଯାଇଥିଲା।ଶେଷରେ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here