ATM କାଟି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା 

0

ନୂଆପଡା ( ବିପ୍ଲବୀ ପରିକ୍ରମା ):- ନୂଆପଡା ଜିଲ୍ଲା ଖଡ଼ିଆଳ ରେ ଏଟିଏମ କୁ କାଟି ଲକ୍ଷ୍ୟାଧିକ ଟଙ୍କା ଲୁଟି ନେଲେ ଲୁଟେରା । ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ପୋଲିସ ଛାନ ବିନ ଆରମ୍ଭ କରଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ରେ ଖଡ଼ିଆଳ ମିଶନ ନିକଟରେ ଥିବା ଏସ ବି ଆଇ ଏଟିଏମ କୌଣସି ଦୁର୍ବୁତ୍ତ ମାନେ ଆସି ଗ୍ୟାସ କଟର ମାଧ୍ୟମରେ କାଟି ଉଠାଇ ନେଇଯାଇଛନ୍ତି । ଏଟିଏମ ଭିତରେ ୧୪ ଲକ୍ଷ ୮୦ ହଜାର ପାଞ୍ଚ ଶହ ଟଙ୍କା ରହିଥିବା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଚିଫ ମ୍ୟାନେଜର ସୂଚନା ଦେଇଛନ୍ତି । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନୂଆପଡା ଏସପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଖଡ଼ିଆଳ ଏସଡିପିଓ ଅରୁପ ଅଭିଷେକ ବେହେରା କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here