ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ବଡଗାଁ ଗ୍ରାମରେ ଗୋଟଏ ପରିବାରର ୪ ଜଣକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ବଡଗାଁ ନିବାସି ରଙ୍ଗବତି ବରାଡ ନିଜ ଘରେ ଥିବା ସମୟରେ କିଛି ଲୋକ ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଘରେ ପସି ଆକ୍ରମଣ କରିଥିବା ଲିଖିତ ଅଭିଯୋଗ ହୋଇଛି ଗୁରାଣ୍ଡି ଥାନାରେ । ତେବେ ପାରଳାଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରର୍ଥୀ ବିଜୟ ପଟନାୟକ ଆହତ ବ୍ୟକ୍ତି ମାନଙ୍କୁ ଆଜି ଦେଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ଏବଂ ପ୍ରକୃତ ଘଟଣା ବିଷୟରେ ଅବଗତ ହେବାପରେ ଆହତ ମାନଙ୍କୁ ନ୍ୟାୟ ଦେବା ପାଇଁ ସେ ଗଜପତି ଏସପିଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି ଗଣମାଧ୍ୟମକୁ ଯାହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରୋଚକ ମୋଡ ନେଇଛି ଏହି ଘଟଣା ।
ତେବେ ଏହି ଘଟଣା ନିର୍ବର୍ାଚନୀ ହିଂସା ନା ପୂର୍ବ ସତୃତା ପାଇଁ ଘଟଣା ଘଟିଲା ତାହା ସମୟ ହିଁ କହିବ । ତେବେ ଗୁରାଣ୍ଡି ପୋଲିସ ଦସ ଜଣଙ୍କ ନାମରେ ମାମଲା ରୂଜୁ କରି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ନିର୍ବାଚନ ସମୟ ଚାଲିଥିବା ବେଳେ ଏପରି ଘଟଣା ଘଟିବା ଏବଂ ହିଂସାତ୍ମକ ଘଟଣା ଘଟିବା ପୁର୍ବରୁ ପୋଲିସ ସଚେତନ ରିହାବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟନାୟକ ।