କୋଲକାତା ରେ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କୋଲକାତାରେ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଛି । ବିଜେପିର ଅଭିଯୋଗ ହିନ୍ଦୁଙ୍କୁ କରାଯାଉଛି ଟାର୍ଗେଟ । ଭିଡ଼ିଓ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୋଷ ଦେଇଛି ପଶ୍ଚିମବଙ୍ଗ ବିଜେପି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁନ୍ଦର ଅଭିଯୋଗ କରିଛନ୍ତି ହିନ୍ଦୁ ଭକ୍ତଙ୍କୁ ଟାର୍ଗେଟ କରାଯାଇଛି । କୋଲକାତାର ପାର୍କ ସର୍କନ ସେଭେନ ପଏଣ୍ଟ ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରା ଫେରୁଥିବା ବେଳେ ଆକ୍ରମଣ କରାଯାଇଛି । ଶୋଭାଯାତ୍ରାରୁ ଫେରୁଥିବା ସମୟରେ ଗେରୁଆ ରଙ୍ଗର ପତାକା ଥିବା ଗାଡି ଉପରେ ପଥର ବର୍ଷା ହୋଇଛି । ଏହା ଏଭଳି ହୋଇନି, ଟାର୍ଗେଟ କରି ହିସାଂ କରାଯାଇଛି । ଏବଂ ପୋଲିସ ଉପସ୍ଥିତରେ ଏଭଳି କାଣ୍ଡ ଘଟିଥିବା ବେଳେ ପୋଲିସ ଚୁପ ରହିଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । ପଶ୍ଚିମବଙ୍ଗ ବିଜେପି ଗାଡି ଉପରକୁ ଆକ୍ରମଣ ପରର ଭିଡିଓ ସେୟାର କରିଛି । ବିପୁଳ ମାତ୍ରାରେ ପୋଲିସ ଉପସ୍ଥିତିରେ ଏଭଳି ଘଟିଥିବା କହିଛି ପଶ୍ଚିମବଙ୍ଗ ବିଜେପି । ଏଥିସହ ମମତାଙ୍କ ବହୁ ଦିନର ସ୍ବପ୍ନ ପୁରା ହୋଇଛି ବୋଲି କହିଛି ବିଜେପି । କିନ୍ତୁ କୋଲକାତା ପୋଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । ସେ ଅଞ୍ଚଳରେ କୌଣସି ରାମ ନବମୀ ଶୋଭାଯାତ୍ରା ହୋଇନଥିବା କହିବା ସହ ଗୁଜବ ଉପରେ ଗୁରତ୍ବ ନଦେବାକୁ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here