ଗଜପତି (ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାର ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଖେଳ ପଡିଆରେ ଦୁଇ ଗୋଟି ଆମ ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିର ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ର ୨ କୋଟି ୭୮ ଲକ୍ଷ ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି। ହସ୍ପିଟାଲ ରୂପାନ୍ତରୀକରଣ ହେବା ଦ୍ବାରା ଜିଲ୍ଲାର ସମସ୍ତ ଜନସାଧାରଣ ବହୁତ ଉପକୃତ ହେବେ ।
ଆଜିର ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚନ୍ଦ୍ର ଶେଖର ସାହୁ ମାନ୍ୟବର ସାଂସଦ ବ୍ରହ୍ମପୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି ଓ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଗଣ ସମେତ ବହୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।