ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜ଼ିଲ୍ଲା ମୋହନା ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କଲା ବେଳେ ରାଜନସାହି ଛକ ନିକଟରୁ ଅଟୋ ସହ ଗଞ୍ଜେଇ ଜବତ କରିଛି l ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ରାଇଜୁକା ଗ୍ରାମର ହେମନ୍ତ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ଉକ୍ତ ଗଞ୍ଜେଇ ଗଜପତି ରୁ ଗଞ୍ଜାମ ଜ଼ିଲ୍ଲାକୁ ଚାଲାଣ ହେଉଥିଲା

ତେବେ ଜବତ ଗଞ୍ଜେଇ ର ଓଜନ ୯୬କେଜି ହୋଇଥିବା ବେଳେ ମୂଲ୍ୟ ୧୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ମୋହନା ଅବକାରୀ ଥାନା ଅଧିକାରୀ ସୁଧାଂଶୁ ମୁଣ୍ଡା ସୂଚନା ଦେଇଛନ୍ତି l