ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ କୁମ୍ଭୀମେରା ଗ୍ରାମ ନିକଟ ଗୁଦୁଗୁଦା ଜଳପ୍ରପାତ ନିକଟରେ ଏକ ଯାତ୍ରୀ ବାହି ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଛି, ଫଳରେ ଅଟୋ ରେ ଥିବା ଚାରି ଜଣ ଯାତ୍ରୀ ଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି, ଆହତ ଙ୍କ ମଧ୍ୟରେ ଜଣେ ମହିଳା, ଏବଂ ପାଞ୍ଚ ବର୍ଷ ର ଶିଶୁ ସମେତ ଅଟୋ ଚାଳକ ରହିଛନ୍ତି l
ଆଧାର କାର୍ଡ ପ୍ରସ୍ତୁତି ନିମନ୍ତେ ରାକେଶପଙ୍କା ଗ୍ରାମରୁ ମୋହନା ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି l ସମସ୍ତ ଆହତ ଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ମୋହନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l