ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରାୟଗଡ ଥାନା ଅନ୍ତର୍ଗତ ପଦାସାହି ଛକ ଠାରେ ପେଟ୍ରୋଲିଂ ସମୟରେ ୩ କୁଇଣ୍ଟାଲ ୪୪ କେଜି ଓଜନର ଗଞେଇ ସହ ଏକ ଅଟୋ ଜବତ ହୋଇଛି । ଅଟୋ ଚାଳକ ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ଗ୍ରାମର କମୋଳ ଲୋଚନ ମାଝୀକୁ ଗିରଫ କରିଛି କୋର୍ଟ ଚାଲାଣ କରାଯାଇଛି । ଏନେଇ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ସୂଚନା ଦେଇ କହିଛନ୍ତି ଯେ ଓଡି ୦୭ ଏଏଚ୍ ୭୮୯୪ ନମ୍ବର ବିଶିଷ୍ଟ ଅଟୋ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଅବକାରୀ ବିଭାକର ସ୍ବତନ୍ତ୍ର ନୀରିକ୍ଷକ ଦୁର୍ଯ୍ୟଧନ ଦିଗାଲଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଅଟୋଟିକୁ ଅଟକାଇଥିଲେ । ଏହାପରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଉକ୍ତ ଅଟୋରେ 7 ଗୋଟି ବସ୍ତାରେ ଗଞ୍ଜେଇ ଥିବାର ଜଣାପଡିଥିଲା । ଘଟଣାସ୍ଥଳରେ ଅଟୋ ଚାଳକକୁ ଧରାଯାଇ ପଚରା ଉଚରା କରିବା ପରେ ସତ୍ୟାସତ୍ୟ ଜଣାପଡିଥିଲା । ଏହି ଗଞ୍ଜେଇ ଗୁଡିକ ମୋହନାର ଦୁର୍ଗମ ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ ହେଉଥିବା ବେଳେ ମୋହନା-ବ୍ରହ୍ମପୁର ରାସ୍ତାରେ କଡକଡି ଯାଞ୍ଚ କରାଯାଉଥିବା ଯୋଗୁଁ ରାୟଗଡ ବ୍ଲକ ଦେଇ ଅନ୍ୟ ରାସ୍ତାରେ ବ୍ରହ୍ମପୁର ଚାଲାଣ କରାଯାଉଥିଲା ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଗଞ୍ଜେଇ ଚାଲାଣ ଘଟଣାରେ ଅଟୋ ମାଲିକ ଓ ଅନ୍ୟଜଣେ ସମ୍ପୃକ୍ତି ଥିବାର ଜଣାପଡିଥିବା ବେଳେ ସେମାନେ ଫେରାର ଥିବାର ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏପରି ଗଞ୍ଜେଇ ଚାଷ କିମ୍ବା ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଜାରୀ ରହିଥିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ସାହୁ ସୂଚନା ଦେଇଛନ୍ତି l