ଉତ୍ତରାଖଣ୍ଡରେ ହିମସ୍ଖଳନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଭୟଙ୍କର ହିମସ୍ଖଳନ । ବଦ୍ରିନାଥ ଧାମ ନିକଟରେ ଅବସ୍ଥିତ ମାନା ଗାଁ ନିକଟ ପାହାଡରୁ ଏକ ବରଫ ଖଣ୍ଡ ହଠାତ ଖସି ପଡିବାରୁ 55 ଜଣ ଫସି ରହିଥିଲେ । ବର୍ତ୍ତମାନ ସୁଦ୍ଧା 33 ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 22 ଜଣଙ୍କୁ ଖୋଜା ଚାଲିଛି । ବରଫ ଖଣ୍ଡ ତଳେ ଚାପି ହୋଇଥିବା ସମସ୍ତେ ହେଉଛନ୍ତି ବିଆରଓ ଅଧିନରେ କାମ କରୁଥିବା ଶ୍ରମିକ । ସେନା ପକ୍ଷରୁ ଜୋରଦାର ରେସକ୍ୟୁ ଅପରେସନ କରାଯାଉଛି ।ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ, ଆଇଟିବିପି ଏବଂ ଏନଡିଆରଏଫ ଟିମ୍‌ ଏଥିରେ ସାମିଲ ରହିଛନ୍ତି । ପ୍ରତିକୂଳ ପାଗ ସତ୍ତ୍ୱେ ଉଦ୍ଧାରକାରୀ ଟିମ୍‌ ଭଗ୍ନାବଶେଷ ତଳେ ଫସି ରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଆଜି ଉତ୍ତରାଖଣ୍ଡରେ ବର୍ଷା ଏବଂ ତୁଷାରପାତ ଲାଗି ରହିଛି । ପାହାଡ଼ି ଜିଲ୍ଲା ଗୁଡ଼ିକରେ ବର୍ଷା ଓ ଉଚ୍ଚ ଅଞ୍ଚଳରେ ତୁଷାରପାତ ଲାଗିରହିଛି । ଗଢ଼ୱାଲ ଇନ୍ସପେକ୍ଟର ଜେନେରାଲ (ଆଇଜି) ରାଜୀବ ସ୍ୱରୂପ ଘଟଣା ସମ୍ବନ୍ଧରେ କହିଛନ୍ତି, “ମାନା ଗାଁ ନିକଟରେ ହିମସ୍ଖଳନ ହେବାରୁ BRO କର୍ମଚାରୀ ମାନେ ଫସି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here