ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର କେ.ସି. ପବ୍ଲିକ୍ ସ୍କୁଲରେ “ଜେ..ଜେ. (ସିପିସି) ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ,ଜିଲ୍ଲା ଓ ଦ୍ରୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ତଥା ଭିଜିଲାନ୍ସ ସ୍ପେସିଆଲ ଜଜ ଜ୍ଞାନେନ୍ଦ୍ର କୁମାର ବାରିକ ଉପସ୍ଥିତ ରହି ‘ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ’ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନ କରିଥିଲେ l ସେହିପରି ସିନିଅର ସିଭିଲ ଜଜ ବ୍ୟୋମକେଶ ନାୟକ ଉପସ୍ଥିତ ରହି ‘ଜେ..ଜେ. (ସିପିସି) ଆଇନ’ ଉପରେ ଆଲୋକପାତ କରିଥିଲେ l ସଚିବ ଦେବଶ୍ରୀ ସାହୁ ‘ଆଇନଗତ ସେବା ପ୍ରତିଷ୍ଠାନର ଭୂମିକା ଏବଂ କାର୍ଯ୍ୟ’ ଉପରେ ସବିଶେଷ ତଥ୍ୟ ରଖିଥିଲେ l
ଆଇନ ସେବା ପ୍ରାଧିକରଣ ସଦସ୍ୟ ଟି.କେ ରେଡ୍ଡୀ ଅତିଥିମାନଙ୍କ ପରିଚୟ ରଖି ସଂଯୋଜନା କରିଥିବା ବେଳେ କେ.ସି. ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟା ସବିତା ସାହୁକାର ଏବଂ ବୈଦ୍ୟନାଥପୁର ପୋଲିସ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚିତ୍ରା ପରିଡାଙ୍କ ସହ କେ.ସି. ପବ୍ଲିକ୍ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l