ଖୁବଶୀଘ୍ର ମିଳିବ ଆୟୁଷ୍ମାନ ଓ ଗୋପବନ୍ଧୁ ଯୋଜନା କାର୍ଡ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖୁବ୍ ଶୀଘ୍ର ଦିଆଯିବ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ କାର୍ଡ । ଏହି ନୂତନ କାର୍ଡର ସୁବିଧା ସାଧାରଣ ଲୋକଙ୍କ ସହ ରାଜ୍ୟ ବାହାରେ କାମ କରୁଥିବା ଲୋକ ମଧ୍ୟ ପାଇପାରିବେ ।ତାକୁ ଲାଗୁ କରିବାର ସମୟ ଅଛି । ଗତ କାର୍ଡରେ ମାତ୍ର ୯୫୬ ହସ୍ପିଟାଲରେ ଅନୁବନ୍ଧିତ ଥିଲା କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ପୁରା ଭାରତ ବର୍ଷରେ ଆନୁମାନିକ ୨୭ ହଜାର ହସ୍ପିଟାଲରେ ଅନୁବନ୍ଧିତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

 

ମିଶନ ମୋଡରେ ସ୍ୱାସ୍ଥ୍ୟ ସେବାକୁ ଆଗକୁ ନେବାକୁ ଚାହୁଁଛୁ । ଆୟୁଷ୍ମାନ ଭାରତ ଯୋଜନାରେ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଖର୍ଚ୍ଚ ଆରମ୍ଭ ହୋଇଯାଇଛି । ଏହି ୨ ଯୋଜନାର କେବଳ କାର୍ଡ ଦିଆଯିବ । ଇନ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡରେ କାର୍ଡ ଦେବୁ । ଇନ୍ୟୁରାନ୍ସ ପାଇଁ କୌଣସି ଥାର୍ଡ ପାର୍ଟି, ଲିଙ୍କ, ସେଟେଲମେଣ୍ଟ କରିବାକୁ ପଡିବ ନାହିଁ । ସିଧାସଳଖ ହସ୍ପିଟାଲ ଯାଏ କାର୍ଡ ଦେଖାଇ ଚିକିତ୍ସା କରିହେବ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରହିଛି । ରାଜ୍ୟ ବାହାରେ ଯେଉଁମାନେ କାମ କରୁଛନ୍ତି ସେମାନେ ମଧ୍ୟ ଏହି କାର୍ଡରେ ଚିକିତ୍ସା ପାଇପାରିବେ ।”

 

ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ଆଉମଧ୍ୟ କହିଛନ୍ତି,” ଖୁବ୍ ଶୀଘ୍ର ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋମାଟ୍ରିକ ସିଷ୍ଟମ । ପ୍ରାଇଭେଟ୍ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ପେସେଣ୍ଟଙ୍କ ଡିଟେଲ ରହିବ ।କିଡନୀ ରୋଗୀଙ୍କ ପାଇଁ ଡାୟାଲିସିସ ମେସିନ ବ୍ୟବସ୍ଥା କରାଯିବ । ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା କମ୍ ଦରରେ ଯୋଗାଇ ଦିଆଯିବ। ମେଡିକାଲ ଯନ୍ତ୍ରାଂଶଠୁ ଆରମ୍ଭ କରି ମେଡିକାଲ ରେ ବ୍ୟବହୃତ ହେଉଥିବା ସବୁ ଜିନିଷ ଏବେ ବାହାରୁ ଆମଦାନୀ ହେଉଥିବା ବେଳେ ଏବେ ଏମଏସଏମଇ ବିଭାଗ ସହଯୋଗରେ ନିଜେ ପ୍ରସ୍ତୁତ କରିବୁ,ବାହାରୁ ଆମଦାନୀ କମିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here