ନିଜ ଘର ଲୋକଙ୍କ ସହିତ ସିନେମା ଦେଖିଲେ ବାବୁଶାନ, କହିଲେ ବାରିପଦା ମୋ ପାଇଁ ବହୁତ ସ୍ପେଶାଲ
ବାରିପଦା ( ବିପ୍ଲବୀ ପରିକ୍ରମା ):- ରଜ ରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା “ପାବାର୍” କୁ ପ୍ରମୋସନ୍ କରିବା ନୁହେଁ ନିଜ ଘର ଲୋକଙ୍କ ସହ ଦେଖିବା ପାଇଁ ହୋମ୍ ଟାଉନ୍ ବାରିପଦା ରେ ପହଂଚିଛନ୍ତି ଓଲିଉଡ ହିରୋ ବାବୁସାନ୍ ମହାନ୍ତି। ସାଙ୍ଗରେ ଆସିଛନ୍ତି ଫିଲ୍ମ ର ହିରୋଇନ୍ ଏଲିନା ସାମନ୍ତରାୟ। ବାରିପଦା ର ରକ୍ସି ସିନେମା ହଲ ରେ ବାରିପଦା ବାସୀ ଙ୍କ ସହିତ ସିନେମା ଦେଖି ଖୁବ୍ ଖୁସି ହୋଇଛନ୍ତି ଏଲିନା ବାବୁସାନ୍ ଯୋଡ଼ି। କଳାର ସହର ଓ ନିଜ ଘର ବାରିପଦା ରେ ସିନେମା ଦେଖିବା କୁ ପ୍ରମୋସନ ନ କହି ନିଜ ପରିବାର ସହିତ ହସଖୁସିରେ ସମୟ ବିତେଇ ବା କହିବା ଠିକ୍ ହେବ ବୋଲି କହିଛନ୍ତି ବାବୁସାନ୍। ନିପଟ ଗାଁର ଏକ ନିଛକ ଓଡ଼ିଆ ବିଷୟବସ୍ତୁ କୁ ନେଇ ପ୍ରସ୍ତୁତ ଏହି ସିନେମା ରେ ଓଡ଼ିଆ ଅସ୍ମିତା ର କଥା ସ୍ପଷ୍ଟ ଭାବରେ ଦେଖାଯାଇଛି ଏହା ସଚେତନତା ଭିତ୍ତିକ ବୋଲି କହିଛନ୍ତି ବାବୁସାନ୍।
ବାରିପଦା ବାସୀ ଙ୍କ ଭଲ ପାଇବା କୁ ପ୍ରଶଂସା କରିଛନ୍ତି ଫିଲ୍ମ ର ହିରୋଇନ୍ ଏଲିନା। ବାରିପଦା ସବୁ ବେଳେ କଳା ଓ କଳାକାର ମାନଙ୍କୁ ଯେଭଳି ଭଲପାଇବା ଓ ସମ୍ମାନ ଦେଇଛି ତା ଲାଗି ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହିତ ସିନେମା କୁ ସମସ୍ତେ ଦେଖିଲେ ଯାଇ କଳାକାର ମାନଙ୍କ ପରିଶ୍ରମ ସଫଳ ହେବ ବୋଲି କହିଛନ୍ତି ଏଲିନା।