ପ୍ରଚଣ୍ଡ ଚିତ୍କାର କରୁଥିବା ୨୫ଟି ବାଇକର ସାଇଲେନ୍ସର ଜବତ୍ କଲା ବଡବିଲ ପୋଲିସ

0

କେନ୍ଦୁଝର, ବଡ଼ବିଲ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଏହିପରି ବିକଟାଳ ଶବ୍ଦ କରୁଥିବା ୨୫ଟି ବାଇକ୍ ଜବତ୍ କରିବା ସହ ସେଥିରୁ ସାଇଲେନ୍ସର କାଢି ଗାଡି ମାଲିକଙ୍କୁ ଅନ୍ତିମ ଚେତାବନୀ ଦେଇଛି। ଏଠାରେ ସୂଚନା ଥାଉ କି ଢେର ଅଧିକ ସାଉଣ୍ଡ କରୁଥିବା ଜାଲ ସାଇଲେନ୍ସର ଲଗାଇ ବାଇକ ଚାଳକ ମାନେ ବଡବିଲ ସହର ମଧ୍ୟରେ ବିକଟାଳ ଶବ୍ଦ କରି ଚଳାଚଳ କରୁଥିବା ବେଳେ ଏହି ଗାଡି ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜନ ସାଧାରଣରେ ଦାବି ହୋଇ ଆସୁଥିଲା।

ଏନେଇ ଶୁକ୍ରବାର ବଡବିଲ ପୋଲିସର ସ୍ପେସାଲ୍ ଟିମ୍ ସହର ସମେତ ଏହି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ବିକଟାଳ ଶବ୍ଦ କରୁଥିବା ୨୩ଟି ବୁଲେଟ୍ ସହ ୨ଟି ଅନ୍ୟ ବାଇକ ଚିହ୍ନଟ କରିଥିଲା। ଆଜି ବଡବିଲ ଥାନାରେ ସମସ୍ତ ବାଇକରୁ ସାଇଲେନ୍ସର ଗୁଡିକ ଖୋଲି ଜବତ୍ କରାଯିବା ସହ ସମସ୍ତ ଗାଡି ମାଲିକଙ୍କୁ ଚେତାବନୀ ଦିଆ ଯାଇଛି। ଆଗକୁ କୌଣସି ଗାଡି ଆବଶ୍ୟକତା ଠାରୁ ଅଧିକ ତଥା ବିକଟାଳ ଶବ୍ଦ କରୁଥିବା ଦେଖାଗଲେ ଗାଡି ଜବତ ସହ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡବିଲ ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here