ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଜମ୍ମୁ-କାଶ୍ମୀରର ବୈଷ୍ଣଦେବୀ କଟରାରୁ ଶିବଖୋଡ଼ି ଯିବା ସମୟରେ ରିୟାସୀଠାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଉପରେ ଜୁନ୍ ୦୯ ତାରିଖରେ ପାକିସ୍ତାନ ଦ୍ବାରା ପାଳିତ ଇସ୍ଲାମିକ ଜିହାଦୀ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ ଏବଂ ଏହାଦ୍ଵାରା ୧୦ ଜଣ ନିର୍ଦୋଷ ହିନ୍ଦୁ ତୀର୍ଥଯାତ୍ରୀ ସ୍ବର୍ଗଗାମୀ ହେଇଛନ୍ତି । ଧାରା ୩୭୦ ହଟିଲା ପରେ ଆଶାର କିରଣ ଜାଗ୍ରତ ହୋଇଛି, କିନ୍ତୁ ଲାଗୁଛି ଆତଙ୍କବାଦୀମାନଙ୍କ ମନୋବଳ ଏବେବି କମ୍ ହୋଇନାହିଁ । ହିନ୍ଦୁମାନଙ୍କୁ ଚିହ୍ନଟ କରି ତାଙ୍କୁ ହତ୍ୟା କରିବା ଘଟଣା ଏବେବି ବଢିବାରେ ଲାଗିଛି ।
ଏଥିରୁ ସ୍ପଷ୍ଟ ରୂପରେ ଅନୁମାନ କରାଯାଇଛି କି ଏଥିରେ ପାକିସ୍ତାନର ହାତଅଛି । ଦେଶରେ ସାଂପ୍ରତିକ ସମୟରେ ନୂଆ ସରକାର ଶପଥ ଗ୍ରହଣ ସମୟରେ ଆତଙ୍କବାଦୀଙ୍କ ଏହିଭଳି ଦୁଃସାହସିକ କାର୍ଯ୍ୟ ଦେଶପ୍ରତି ଏକ ବିଦ୍ରୋହର ଆହ୍ବାନ ସଦୃଶ ସନ୍ଦେଶ ପାଲଟିଛି ।
ଯାହାକୁ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ ଏହି ଭୀରୁ କାର୍ଯ୍ୟକୁ ସଂପୂର୍ଣ ରୂପେ ନିନ୍ଦା କରୁଛି ଏବଂ ଏହିପ୍ରକାର ଗତିବିଧି ଉପରେ ପୂର୍ଣ ନିୟନ୍ତ୍ରଣ ପାଇବା ପାଇଁ ନିର୍ମାୟକ ଏବଂ କଠୋର ପଦକ୍ଷେପ ଉଠେଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ତଥା ଏହି ପ୍ରକାର ରାଷ୍ଟ୍ର ବିରୋଧୀ ଚକ୍ରମାନଙ୍କୁ ସରଂକ୍ଷଣ ଦେଇଥିବା ଜିହାଦାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ତେବେ ଏହି ଉଦେଶ୍ୟ ନେଇ ଆଜି ପ୍ରାୟ ୧୧ଘଟିକା ସମୟରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ମନରଞ୍ଜନ ମହାନ୍ତଙ୍କ ନେତୃତ୍ୱ ରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଉପସଭାପତି ସ୍ମୃତି ରଞ୍ଜନ ମହାନ୍ତଙ୍କ ସମେତ ବହୁ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର ସଦସ୍ୟ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟରେ ଏକତ୍ରିତ ହୋଇ ବିକ୍ଷୋଭ କାରିଥିଲେ ଏବଂ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l