ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଗତକାଲି ବୈଦ୍ୟନାଥପୁର ପୋଲିସ ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ ଠାରେ ଚାରି ଜଣ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ପଚାରା ଉଚରା ଜାରି ରଖିଥିବା ବେଳେ ବ୍ରହ୍ମପୁର ସହରରେ ଦିନକୁ ଦିନ ବାଂଲାଦେଶୀ ଫେରିବାଲା ଙ୍କୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ବାଂଲାଦେଶୀ ମାନେ ବିଭିନ୍ନ ବ୍ୟବସାୟୀ ଆଳ ଦେଖାଇ ବ୍ରହ୍ମପୁରରେ ବିଭିନ୍ନ ଗଳି କାନ୍ଦିରେ ଘର ଭଡା ନେଇ ବସତି ସ୍ଥାପନ କରିଛନ୍ତି। ଏହି ମାନଙ୍କ ପାଖରେ ଅଛି ସଠିକ ଭୋଟ ପରିଚୟ ନା ସଠିକ ଆଧାର କାର୍ଡ।ଏହି ବାଂଲାଦେଶୀ ଫେରିବାଲାଙ୍କ ନାମରେ ବିଭିନ୍ନ ସମୟରେ ଚୋରି ଓ ମାର ପିଟର ଅଭିଯୋଗ ମଧ୍ୟ୍ୟ ଆସିଛି।ବ୍ରହ୍ମପୁରକୁ ସୁରକ୍ଷା ଦୃଷ୍ଟିରେ ଘର ଭଡା ଦେଉଥିବା ମାଲିକ ମାନେ ସଠିକ କାଗଜ ପତ୍ର ଯାଞ୍ଜ କରିବା ସାହି ସନ୍ଦେହ ଲାଗୁଥିବା ବ୍ୟକ୍ତିଙ୍କୁ ପୋଲିସକୁ ହସ୍ତାନ୍ତର କରିବା ପାଇଁ ସାଧାରଣରେ ଦାବି ହେଉଛି।