ଓଡ଼ିଶା ପୋଲିସକୁ ବାଂଲାଦେଶୀ ଟେନସନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶାକୁ ପୁଣି ଫେରିଲା ବାଂଲାଦେଶୀ ଟେନସନ ! କଟକରୁ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ପରେ ଏବେ ପୁଣି ରାଜ୍ୟରେ ବାଂଲା କନେକ୍ସନ ସାମନାକୁ ଆସିଛି । ଆଗକୁ ସର୍ବଭାରତୀୟ ସ୍ତରରେ ଡିଜି ସମ୍ମିଳନୀ ହେବାକୁ ଯାଉଛି । ତାହା ସହ ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ଏହାରି ଭିତରେ କଟକରୁ ଜଣେ ବାଂଲା ନାବାଳିକା ଉଦ୍ଧାର ପରେ କମିଶନରେଟ ପୋଲିସର ଚିନ୍ତା ବଢି ଯାଇଛି ।ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଯେଉଁ ଘଟଣାଟି ଘଟିଛି କଟକରେ,ସେ ସକ୍ରାନ୍ତରେ ଯାହା ବି ଆଇନଗତ କାର୍ଯାନୁଷ୍ଠାନ ନିଆଯାଇଛି । ଭୁବନେଶ୍ୱର ଉପରେ ମଧ୍ୟ ଆମେ ତୀକ୍ଷ୍ଣ ନଜର ରଖିଛୁ । ଏ ପ୍ରକାର କୌଣସି ଅଭିଯୋଗ ଆମର ହସ୍ତଗତ ହୁଏ ତା ଉପରେ ଆମେ କାର୍ଯାନୁଷ୍ଠାନ ଗ୍ରହଣ କରିବୁ ।

 

ଆସନ୍ତା ୨୯ ରୁ ଭୁବନେଶ୍ୱର ହେବାକୁ ଯାଉଛି ପୋଲିସ ଡିଜି ସମ୍ମିଳନୀ । ଯେଉଁଠି ସହରରେ ଏକାଠି ସାରା ଭାରତବର୍ଷର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ଡିଜି ଓ ଆଇଜି ଭଳି ଆଇପିଏସ ଅଧିକାରୀ । ଏଥି ସହ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ରହିବେ । ଯେଉଁଠି ସାରା ଭାରତବର୍ଷର ଆଇନଗତ ଦିଗ ଓ ଅପରାଧି କାର୍ଯ୍ୟକଳାପ ଓ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ରହିଛି ସ୍ଥିତି, ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ଗୁପ୍ତଚରୀ ଓ ଦେଶଦ୍ରୋହୀ ଭଳି ଅପରାଧିକ କାର୍ଯ୍ୟକଳାପ ନେଇ ମଧ୍ୟ ଆଲୋଚନା କରାଯିବ । ତେଣୁ ସହରରେ ଉପସ୍ଥିତ ହେବାକୁ ଥିବା ଏହି ଭିଭିଆଇପି ଓ ଭିଆଇପି(VIP)ଙ୍କ ସୁରକ୍ଷା ଲାଗି ସହରରେ ଏବେ ପୋଲିସ ଛାଉଣିର ବ୍ୟବସ୍ଥା ଚାଲିଛି । ଏନେଇ ପୋଲିସର ସୁରକ୍ଷା ପ୍ରସ୍ତୁତି ଓ ମାହୋଲ ମଧ୍ୟରେ କଟକରେ ଏପରି ବାଂଲାଦେଶୀ ଠାବ ହେବା ପୋଲିସକୁ ଚିନ୍ତା ବଢ଼ାଇଛି ।

 

ଏନେଇ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ । ସୁରକ୍ଷା ଦୃଷ୍ଟିକୋଣରୁ ଗତ ୪୮ଘଣ୍ଟା ମଧ୍ୟରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ୭୪ଜଣଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ଏଯାବତ ସ୍ବତନ୍ତ୍ର ଡ୍ରାଇଭରେ ୨୨୬ ଜଣଙ୍କୁ ଗିରଫ କରାଯାଇଛି । ତା ସହିତ ଏକ ହ୍ବାଟସପ 7077798111 ନମ୍ବର ମଧ୍ୟ ଜାରି କରାଯାଇଛି । ଯେ କୌଣସି ଅପରାଧି ଗତିବିଧି ଓ ସେଭଳି କିଛି ଅପରାଧ ନେଇ‌ ପୋଲିସକୁ ହ୍ବାଟସପ ଜରିଆରେ ସୂଚନା ଦେଇପାରିବେ ।

ଏବେ ଆଗକୁ ତିନି ତିନୋଟି କାର୍ଯ୍ୟକ୍ରମ ଓଡ଼ିଶା ପୋଲିସ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଆସନ୍ତା ୨୬ତାରିଖରେ ଓଡ଼ିଶା ବିଧାନସଭା ଅଧିବେସନ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୮ରୁ ପୋଲିସ ଡିଜି ଆଇଜି କନଫରେନ୍ସ ସହ ଡିସେମ୍ବର‌ ୩ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସହ ପୁରୀରେ ନୌସେନା ଦିବସ କାର୍ଯ୍ୟକ୍ରମ ଓଡ଼ିଶା ପୋଲିସ ଓ କମିସନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here