ବନ୍ଦ ଡାକରା ଦେଲା ବାରିପଦା ଟ୍ରାକ୍ଟର ମାଲିକ ସଂଘ

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ରାଜ୍ୟ ସରକାରଙ୍କ ଲଘୁ ଖଣିଜ ପରିବହନ ଓ ଜୋରିମାନାକୁ ନେଇ ହୋଇଥିବା ନୂତନ ନିୟମକୁ ବିରୋଧ ଓ ନିନ୍ଦା କରି ଅଲ ଓଡିଶା ଟ୍ରାକ୍ଟର ମାଲିକ ଆସୋସିଏସନର ଆହ୍ବାନ କ୍ରମେ ମଙ୍ଗଳବାର ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଲଘୁ ଖଣିଜ ପରିବହନ ବନ୍ଦ ରହିବ ବୋଲି ବାରିପଦା ଟ୍ରାକ୍ଟର ମାଲିକ ସଂଘ ମୟୂରଭଞ୍ଜ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ବାରିପଦା ଟ୍ରାକ୍ଟର ମାଲିକ ମାନେ ଓଡିଶା ଟ୍ରାକ୍ଟର ମାଲିକ ସଂଘର ବନ୍ଦ ଡାକରାକୁ ସମର୍ଥନ ଜଣାଇ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ସମାଧାନ ପାଇଁ ନିବେଦନ କରିଛନ୍ତି।ତେବେ ସମାଧାନ ନ ହେଲା ପର୍ଯ୍ୟନ୍ତ ଏହି ବନ୍ଦ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛି ବାରିପଦା ଟ୍ରାକ୍ଟର ମାଲିକ ସଂଘ।

 

LEAVE A REPLY

Please enter your comment!
Please enter your name here