ଆସ୍କା (ବିପ୍ଲବୀ ପରିକ୍ରମା):- ଆଖୁ ଦର କୁ ନେଇ ବାରମ୍ବାର ବୈଠକ ହେବା ସତ୍ୱେ ମଧ୍ୟ ଚାଷୀ ସଂଘ ,ପରିଚାଳନା ପରିଷଦ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଆଖୁ ପେଢା ବିଳମ୍ବ ହେଉଛି । ଏଥିଯୋଗୁଁ ଚାଷୀ ମାନେ ବିକ୍ଷୋଭ କରୁଛନ୍ତି l ଶିଳ୍ପ ପକ୍ଷରୁ ଚାଷୀଙ୍କୁ କଟିଙ୍ଗ ଆଦେଶ ମିଳିଥିଲେ ମଧ୍ୟ ଆଖୁ ନଦେବାକୁ ଶତାଧିକ ଚାଷୀ ଶିଳ୍ପର ଗେଟ ଆଗରେ ଆଖୁ କେଣ୍ଡା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପରିଚାଳନା କମିଟିର ସଭାପତି ଧାରଣା ସ୍ଥଳରେ ପହଂଚି ଚାଷୀଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ପୁନର୍ବାର ଚାଷୀ ମାନଙ୍କ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ଆଖୁ ଦର ଟନ ପିଛା ବୃଦ୍ଧି କରାନଗଲେ ପରିବହନ କ୍ଷେତ୍ରରେ ଦର ବୃଦ୍ଧି ହୋଇଥିବା ଦର୍ଶାଇ ଚାଷୀଙ୍କୁ ଆଖୁ ପ୍ରଦାନ କରିବାକୁ ସଭାପତି ଅନୁରୋଧ କରିଥିଲେ l କିନ୍ତୁ ଚାଷୀ ଆଖୁର ପୂର୍ଵ ଦର ଟନ ପିଛା ୩୦୮୦ ରୁ ୩୫୦୦ କୁ ବୃଦ୍ଧି ନକଲେ ଚାଷୀ କ୍ଷତି ସହିବ ବୋଲି ଅଡ଼ି ବସିଥିଲେ l ଏପରିକି ଶିଳ୍ପ ବିଳମ୍ବରେ ଯାଉଥିବାରୁ ବିଲ ମୁଣ୍ଡରେ ଆଖୁ ଶୁଖୀ କ୍ଷତି ହେବାକୁ ଯାଉଛି l ଏମିତିକି ଆଖୁର ଦର ନବଢିଲେ କ୍ଷତି ସହିଲେ ଚାଷୀ ଚଳିତ ବର୍ଷର ଆଖୁ ଫସଲ କାରଖାନାକୁ ଦେଇ ଆସନ୍ତା ବର୍ଷକୁ ଏହି ଆଖୁ ଫସଲ ନକରି ଅନ୍ୟ ଫସଲ କରିବେ ନାହିଁ ବୋଲି କହିଛନ୍ତି l ଯାହା କି ଭବିଷ୍ୟତରେ ଶିଳ୍ପ ପାଈଁ ଏହା କ୍ଷତିକାରକ ହେବା ନିଶ୍ଚିତ l