ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଲାଞ୍ଚ ନେଇ ପୁଣି ଜଣେ ସରକାରୀ ମହିଳା ଅଧିକାରିଣୀ l ୧୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମହିଳା ଅଧିକାରିଣୀ ଜଣକ l ବର୍ତ୍ତମାନର ସବୁଠାରୁ ବଡ ଖବର l ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଗଂଜାମ ଜିଲ୍ଲା ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ l ଜଣେ ଅଙ୍ଗନବାଡି କର୍ମୀଙ୍କ କୌଣସି କାମ ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି l ବେଗୁନିଆପଡା ସିଡିପିଓ ଙ୍କୁ ଗତକାଲି ବ୍ରହ୍ମପୁରକୁ ବଦଳି କରାଯାଇଥିଲା . ଆଜି ସେ ୧୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି l