ଶୁଣିଲାନି ବିଇଏମସି, ଧାରଣା ଦେଲେ ମମତା 

0

ବ୍ରହ୍ମପୁର( ବିପ୍ଲବୀ ପରିକ୍ରମା ):; ମୁକ୍ତା କାମରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଳିଥିବା କମିଶନ ବାବଦ ଅର୍ଥ ଦେବାରେ ପ୍ରତିବାଦ କରିବାରୁ ବ୍ରହ୍ମପୁର ମେୟର ଓ କର୍ପୋରେଟରଙ୍କ ରୋଷର ଶିକାର ହେଇଥିଲେ ବ୍ରହ୍ମପୁର ମହାନଗର ନିଗମରେ ସ୍ବଚ୍ଛସାଥୀ ଜି. ପାର୍ବତୀ l ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ୧୨ ନଂୱାର୍ଡ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କ ବିରୋଧ ରେ ଆଣିଲେ ସଂଗୀନ ଅଭିଯୋଗ |

ମୁକ୍ତା କାମରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଳିଥିବା କମିଶନ ଅର୍ଥ ଦେବାକୁ ପ୍ରତିବାଦ କରିବାରୁ ବିଭିର୍ନ ମିଥ୍ୟା ଆରୋପ ଲଗାଇ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ସେ କହିଛନ୍ତି। ମମତା ପୂର୍ବରୁ ବହୁବାର ଅଭିଯୋଗ କରିଆସୁଛନ୍ତି କିନ୍ତୁ ତତ୍କାଳୀନ ଓ ବର୍ତମାନ ର ସରକାର କୌଣସି ପଦକ୍ଷେପ ନେଉନଥିବା ସେ କହିଛନ୍ତି l

ଏନେଇ ପୁଣି ସୋମବାର ବ୍ରହ୍ମପୁର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ l ୨ଦିନ ମଧ୍ୟରେ ତାଙ୍କୁ ଚାକିରୀ ନ ଦିଆଗଲେ, ବ୍ରହ୍ମପୁର ମହାନଗର ନିଗମ ଆଗରେ ଧାରଣା ଦେବେ ବୋଲି କହିଥିଲେ ପାର୍ବତୀ । SHG କାମ ଦେବା ନାମରେ କମିଶନ ହଡପ ର ନିରପେକ୍ଷ ତଦନ୍ତ ହେଉ ଏବଂ ମୋ ଚାକିରୀ ମତେ ଫେରାଇଦିଆଯାଉ ବୋଲି ଧାରଣା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here