ବୃଦ୍ଧଙ୍କୁ ହତ୍ୟା କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନରେ ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ହରିହର ସାହୁ । ଗତ ୧୧ ତାରିଖରେ ବିଜିପୁର ଅମ୍ବିକା ନଗରର ରଙ୍କ ସେଠୀ ଘର ଭୋରୁ ଯାଇଥିବା ବେଳେ ଗାନ୍ଧୀନଗର ଦ୍ବିତୀୟ ଲାଇନରେ ସେଦିନ ସକାଳ ସମୟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ତାଙ୍କ ପରିବାର ଓ ଟାଉନ ଥାନାକୁ ଜଣାଇଥିଲେ । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବ୍ରହ୍ମପୁର ଏସପି ଓ ଟାଉନ ଏସଡ଼ିପିଓ ସମେତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏନେଇ ଅଧିକ ତଦନ୍ତ ପରେ ରଙ୍କକୁ ହତ୍ୟା କରିଥିବା ଅଭିଯୁକ୍ତ ହରିହର ସାହୁକୁ ଗିରଫ କରିଛି ଟାଉନ ଥାନା ପୋଲିସ । ତେବେ ଗତ କିଛି ଦିନ ପୂର୍ବରୁ ସହରର ଏକ ଚା ଦୋକାନରେ ମୃତ ରଙ୍କ ଅଭିଯୁକ୍ତ ହରିହରକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଏଭଳି ଗାଳିଗୁଲଜ ପ୍ରାୟ ଦୁଇରୁ ତିନି ଥର ରଙ୍କ ହରିହରକୁ କରିଥିଲେ । ଯାହାକୁ ନେଇ ହରିହର ରଙ୍କଙ୍କ ଉପରେ ରାଗ ରଖିଥିଲେ । ଯେହେତୁ ରଙ୍କ ଭୋରରୁ ଉଠି ପ୍ରାତଃ ଭ୍ରମଣ କରିଥାନ୍ତି ଏନେଇ ଜାଣିବା ପରେ ହରିହର ରଙ୍କଙ୍କୁ ଗାନ୍ଧୀନଗର ଅଞ୍ଚଳରେ ପାଇ ତାଙ୍କୁ ଏକ ଛୁରିରେ ଗଳାକାଟି ହତ୍ୟା କରିଥିଲେ । ହରିହରକୁ ଗିରଫ କରାଯିବା ପରେ ହତ୍ୟାରେ ବ୍ୟବହୃତ ଛୁରୀ, ସ୍କୁଟି ଓ ରକ୍ତ ଭିଜା ଡ଼୍ରେସ ଜବତ କରାଯାଇଛି । ଗିରଫ ପରେ ହରିହରକୁ କୋର୍ଟ ଚାଲାଣ କରିଛି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

 

LEAVE A REPLY

Please enter your comment!
Please enter your name here