ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଭାଇସ୍ ଚାନ୍ସେଲର ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଡିଜିଟାଲ ଗିରଫ ମାମଲା ଏବଂ ୧୪ ଲକ୍ଷ ଲୁଟିଥିବା ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ l ବ୍ରହ୍ମପୁର ପୋଲିସ ଦ୍ୱାରା ଗୁଜରାଟର ୨ ସାଇବର ଅପରାଧୀ ଗିରଫ ହୋଇଛନ୍ତି,ଉଭୟଙ୍କୁ ଗୁଜରାଟରୁ ଗିରଫ କରାଯାଇ ବ୍ରହ୍ମପୁର ଅଣାଯାଇଥିଲା। ତେବେ ଆଜି ସେମାନଙ୍କୁ କୋର୍ଟ ପଠାଯାଇଥିବା ସୂଚନା ମିଳିଛି l
ସୂଚନା ପ୍ରକାରେ,ଗତ ଫେବୃଆରୀ ମାସ ୨୪ ତାରିଖ,ସାଇବର ଠକେଇର ଶୀକାର ହୋଇଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିଙ୍କଠୁ ନେଇଯାଇଥିଲେ ୧୪ ଲକ୍ଷ ଟଙ୍କା । ଜଣେ ଦୁବୃର୍ତ୍ତ କୁଳପତିଙ୍କୁ ଚାରି ଦିନ ଧରି ଫୋନ କରି ଡିଜିଟାଲ ଆରେଷ୍ଟରେ ଫସାଇ,ଦୁବୃର୍ତ୍ତ ଜଣକ ନିଜକୁ ଇଡି ଅଫିସର ବୋଲି କୁଳପତିଙ୍କୁ ପରିଚୟ ଦେଇଥିଲା ଏବଂ ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାରେ ଅଭିଯୁକ୍ତଙ୍କ ସହ କୁଳପତିଙ୍କ ଲିଙ୍କ୍ ରହିଥିବା ନେଇ କୁଳପତିଙ୍କୁ କହିଥିଲା ଦୁବୃର୍ତ୍ତ । ଏଭଳି ତଥ୍ୟ ଦୁବୃର୍ତ୍ତ ଦେବା ପରେ ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି କୁଳପତିଙ୍କୁ କୁହାଯାଇଥିଲା l ଡିଜିଟାଲ ଆରେଷ୍ଟ ଭୟରେ ନିଜର ସମସ୍ତ ତଥ୍ୟ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପ୍ରଦାନ କରିଥିଲେ କୁଳପତି ଗୀତାଞ୍ଜଳି ଦାସ । ଫୋନ କଲର କିଛି ସମୟ ପରେ କୁଳପତି ୧୪ ଲକ୍ଷ ଟଙ୍କାର ଚେକ ଦୁବୃର୍ତ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ ।
ତେବେ ସବୁକିଛି ଜାଣିବା ପରେ ଡିଜିଟାଲ ଆରେଷ୍ଟର ଶୀକାର ନେଇ କୁଳପତି ବ୍ରହ୍ମପୁର ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ । ବ୍ରହ୍ମପୁର ସାଇବର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ 318(4)/319(2)/336(2)/336(3)/340(2)/308(2)/351(2) BNS/66(C)/66(D)I.T.ଆକ୍ଟ ଆଧାରରେ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ଏବଂ ଉକ୍ତ କେସ ର ପର୍ଦାଫାଶ ହେବା ସହ ଦୁଇଜଣ ଅପରାଧୀଙ୍କୁ ସୁଦୂର ଗୁଜୁରାଟ ରୁ ଗିରଫ କରି ଆଣି ଆଜି କୋର୍ଟ ଚାଲାଣ କରାଯାଇଛି l କିନ୍ତୁ ଏସବୁ ମଧ୍ୟରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଭିସି ଗୀତାଞ୍ଜଳି ଦାସ l