ଆସିକା ; ଆସିକା ବ୍ଲକ ର ଖାରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଧରାକୋଟ ବ୍ଲକ ର ଓଲମ୍ବା ଠାରେ ମହିଳା ସ୍ୱୟଂ ସହାୟକ ଦଳ କୁ ନେଇ ବେଟି ବଚାଓ ବେଟି ପଢ଼ାଓ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସାରା ଭାରତ ରେ କନ୍ୟା ସନ୍ତାନ ର ବିକାଶ,ଶିକ୍ଷା,ସୁରକ୍ଷା,ବାଲ୍ୟ ବିବାହ ମୁକ୍ତ ସମେତ ଘରୋଇ ହିଂସା, ଶାରୀରିକ ଓ ମାନସିକ ନିର୍ଯାତନା ରୁ ଦୁରେଇ ରଖିବା ପାଇଁ ଆହ୍ୱାନ ଦିଆଯାଇଥିଲା l ପୁଅ ଏବଂ ଝିଅ ଙ୍କ ଅନୁପାତ ସମାନ ହେଲେ ସାମଜ ସନ୍ତୁଳିତ ରହିବ l ଉପସ୍ଥିତ ଅତିଥି ମାନେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଏବଂ ବଞ୍ଚିରହିବା ରେ ସୁନିଶ୍ଚିତ କରିବା, କନ୍ୟା ଶିଶୁ ମାନଙ୍କ ବିଦ୍ୟାଳୟ ରେ ଉପସ୍ଥାନ ବୃଦ୍ଧି, କନ୍ୟା ସନ୍ତାନ ମାନେ ସେମାନଙ୍କ ମତ ରଖିବା ସହ ସବୁ କ୍ଷେତ୍ରରେ ସକ୍ରିୟ ଅଂଶ ଗ୍ରହଣ କରିବା ଉପରେ ପରାମର୍ଶ ଦିଆଯାଇଥିଲା lଏହି କାର୍ଯ୍ୟକ୍ରମ ରେଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ , ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟତାଲିମ ସଂଯୋଜକ,ଖାରିଆ ପଂଚାୟତ ଏବଂ ଓଲମ୍ବା ଗ୍ରାମ ପଂଚାୟତ ର ସମିତି ସଭ୍ୟ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରି ,ପ୍ରମୁଖ ଯୋଗ ଦେଇଥିଲେ l