ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ହଜାରରୁ ଉର୍ଦ୍ଧ ମୋଟରସାଇକେଲରେ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ଜୟ ଶ୍ରୀ ରାମ ଧ୍ୱନି ସମଗ୍ର ସହରକୁ ପ୍ରକମ୍ପିତ କରିବା ସହ ଗୈରୀକମୟ କରିଥିଲା । ଆଜିର ଏହି ପବିତ୍ର ଦିବସରେ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଔପଚାରିକ ଭାବେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।
ବିଜେପିର ଏହି ଶୋଭାଯାତ୍ରାର ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଠାରୁ ବାହାରି ଗୌତମ ସିନେମା ହଲ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିରରେ ପୁଜାର୍ଚ୍ଚନା କରି ଦର୍ଶନ କରିବା ସହ ଏହି ଶୋଭାଯାତ୍ରା ଏସଏନଟି ରୋଡ଼,ଗିରି ମାର୍କେଟ୍,ହନୁମାନ ବଜାର,ସାନ ବଜାର,ବଡ଼ ବଜାର,ହରିଡ଼ାଖଣ୍ଡି ଛକ,ଫାଷ୍ଟ ଗେଟ୍,ଆସ୍କା ରୋଡ଼,ତାଲୁକା ଛକ,ଗେଟ୍ ବଜାର,ନୂଆ ବସଷ୍ଟାଣ୍ଡ ରୋଡ଼,ଗୋଇଲୁଣ୍ଡି ଛକ,କୋର୍ଟପେଟା ଛକ,ସେଲଟେକ୍ସ ଛକ,ଇଞ୍ଜିନିୟରିଂ ସ୍କୁଲ ଛକ,ଗଜପତି ନଗର ଛକ,ବଡ଼ ମେଡ଼ିକାଲ୍ ରୋଡ଼,କମାପଲ୍ଲୀ ଛକ,ଟାଟା ବେଞ୍ଜ,ଗିରି ରୋଡ଼,ବିଜିପୁରଛକ,ଗୋସାଇଁନୂଆଗାଁ,ଖଲ୍ଲିକୋଟ କଲେଜ,ପିଭିଏନ୍ ପେଟ୍ରୋଲ ପମ୍ପ ଛକ,ପୁରୁଣାବସଷ୍ଟାଣ୍ଡ,ଅନ୍ନପୂର୍ଣ୍ଣା ବଜାର ,ଗିରିଜା ଛକ ଦେଇ ରାମଲିଙ୍ଗମ ଟ୍ୟାଙ୍କ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିର ଠାରେ ଶେଷ ହୋଇଥିଲା ।
ଏହି ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାରଙ୍କ ସହିତ ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।