Bhartrahari Mahatab took the oath

0
Oplus_131072

ଶପଥ ନେଲେ ଭର୍ତ୍ତୃହରି ମହତାବ

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜିଠୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ।ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବେ। ପରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଅନ୍ୟ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି । ଏବେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ସାଂସଦ ମାନଙ୍କୁ ଶପଥ ପାଠ କରାଇବେ । ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅବଶିଷ୍ଟ ସାଂସଦ ଆସନ୍ତାକାଲି ଶପଥ ନେବେ ।

ପରେ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ନିର୍ବାଚନ ପରେ ଏହା ସଂସଦର ପ୍ରଥମ ଅଧିବେଶନ।ଏହାପୂର୍ବରୁ ବିଜେପି ସାଂସଦମାନେ ଗତକାଲି ଦିଲ୍ଲୀ ଯାତ୍ରା କରିଛନ୍ତି। ପ୍ରାୟ ୨୬ ବର୍ଷ ପରେ ୧୮ତମ ଲୋକସଭା କାଳରେ ସଂସଦରେ ଓଡ଼ିଶାର ରାଜନୈତିକ ଚିତ୍ର ବଦଳିଯାଇଛି। କସଭାରେ ବିଜୁ ଜନତା ଦଳ ପ୍ରଥମ ଥର ପ୍ରତିନିଧିତ୍ୱ ଶୂନ୍ୟ ହୋଇଯାଇଛି। ଲୋକସଭାକୁ ବିଜେପିର ୨୦ ଜଣ ଏବଂ କଂଗ୍ରେସର ଜଣେ ସାଂସଦ ବିଜୟୀ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here