ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

0

ବ୍ରାହ୍ମଣୀ ଗାଁ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ବ୍ରାହ୍ମଣୀଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ମୋଟ ୩୦୫ ଜଣ ପଞ୍ଜିକରଣ କରିଥିବା ବେଳେ ଗୋଡ଼ ଓ ହାତ ଭଙ୍ଗା ବିଭାଗରେ ୧୩୫ ଜଣ , ଚକ୍ଷୁ ବିଭାଗ ରେ ୩୯ ଜଣ , କାନ ଓ କଥା ବିଭାଗ ରେ ୭୭ ଜଣ , ମୁଣ୍ଡ ଦୋଷ ବିଭାଗ ୩୦ ଜଣ , ସିକିଲିଙ୍ଗ ବିଭାଗ ରେ ୨୧ ଜଣ ରୋଗୀଙ୍କୁ ଚିହ୍ନଟ ହୋଇଥିବା ଜଣାପଡିଛି। ଶିବିରରେ ଡକ୍ଟର ଶ୍ରବଣ କୁମାର ସାହୁକାର ଓର୍ଥୋପେଡିକ୍ , ଡକ୍ଟର ଅରବିନ୍ଦ ଦାସ, ଚକ୍ଷୁ ବିଶଷଜ୍ଞ ଡକ୍ଟର ସତ୍ୟବ୍ରତ ସାହୁ, କାନ ରୋଗ ବିଶେଷଜ୍ଞ, ଡକ୍ଟର ଉତ୍କଳ କେଶରୀ ବେହେରା ମେଡିସିନ ସ୍ପେସିଆଲିଷ୍ଟ, ଦୋଳମଣୀ ପ୍ରଧାନ, ପେଡିଆଟ୍ରିକ୍ସ ପ୍ରମୁଖ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here