ପାରଳାଖେମୁଣ୍ଡି ପୋଲିସର ବଡ ସଫଳତା,୧୯ବାଇକ ସହ ଜଣେ ଗିରଫ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):-  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ଧରଣର ସଫଳତା,ଆନ୍ଧ୍ର ଓ ଓଡିଶା ଅନ୍ତରାର୍ଯ୍ୟା ବାଇକ ଲୁଟେରାକୁ ଧରିବା ସହ ୧୯ଟି ନାମିଦାମୀ ବାଇକ ଧରିବାରେ ସକ୍ଷମ ହୋଇଛି।ଘଟଣାଟି କିଛି ଏମିତି ଗତ ତିନି ଦିନ ତଳେ ରାତ୍ର ସମୟରେ ପାରଳାଖେମୁଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ବୁଲେଟ ଗାଡିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ସମୟରେ ବୁଲେଟ ଗାଡିରେ ରହିଥିବା ନମ୍ବର ଗୋଟିଏ ଆପାଚି ମୋଟର ସାଇକେଲର ନମ୍ବର ବୋଲି ଜଣାପଡିଥିଲା ଯାହାକୁ ଭିତ୍ତିକରି ସମ୍ପୃକ୍ତ ବୁଲେଟ ଆରୋହି ଙ୍କୁ ଅଟକାଇ ପଚାର ଉଚାର କରିବା ସମୟରେ ଆନ୍ଧ୍ରପ୍ରଦେଶ ର ପଲାସା ଅଞ୍ଚଳର ଆର ରଘୁନନ୍ଦମ ଓରଫ ରଘୁ ପ୍ରଧାନ ବୋଲି ଜଣାପଡିଛି, ପୋଲିସ ତଦନ୍ତ ବେଳେ ରଘୁ ଅନ୍ଧ୍ରରୁ ବାଇକ ଚୋରିକରି ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳରେ ନିଜ ପରିଚୟ ଲୋକଙ୍କୁ କିଛି ଅର୍ଥ ନେଇ ସେମାନଙ୍କ ଘରେ ଗାଡି ଗୁଡିକୁ ଛାଡି ଯାଇଥିଲା, ମିଳିଥିବା ୧୯ଟି ବାଇକ ମଧ୍ୟରୁ ୧୮ଟି ବାଇକ ଆନ୍ଧ୍ର ପ୍ରଦେଶର ହୋଇଥିବା ବେଳେ ଗୋଟିଏ ଓଡିଶାର ବୋଲି ଜଣାପଡିଛି।ଗାଡି ଗୁଡିକ ଆନ୍ଧ୍ର ପ୍ରଦେଶର ଟେକିଲି, କାଶିବୁଗା, ଷୋମପେଟା,ପାରା ୱାଡା, ମଞ୍ଜୁସା, ଚିପୁରୁପାଲି ଥାନା ଅଞ୍ଚଳର ଲୋକଙ୍କ ବାଇକ ବୋଲି ଜାଣିବାକୁ ପାଇଛି ପୋଲିସ।ତେବେ ଏହି ଘଟଣାରେ ଅଭିଯୁକ୍ତ ଙ୍କ ବୟାନ ଅନୁସାରେ ୧୯ଟି ବାଇକ ବ୍ୟତୀତ ଆହୁରି ଅନେକ ବାଇକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଖିଥିବା ଅଭିଯୁକ୍ତ ସ୍ୱୀକାର କରିଛି।ତେବେ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି କି ନାହିଁ ଓ ଅନ୍ୟ କେଉଁ ଜାଗାରେ ବାଇକ ଗୁଡିକ ରହିଛି ସେହି ସବୁ ତମାମ ତଥ୍ୟକୁ ଆଧାର କରି ତଦନ୍ତ ଜାରି ରହିଛି।ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ପରବର୍ତ୍ତୀ ସମୟରେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ମାମଲାର ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁନୀଲ କୁମାର ମହାନ୍ତି।

LEAVE A REPLY

Please enter your comment!
Please enter your name here