ସୁନ୍ଦରଗଡ ଜଙ୍ଗଲରେ ମହାବଳ ବାଘ

0

ସୁନ୍ଦରଗଡ଼ ( ବିପ୍ଲବୀ ପରିକ୍ରମା ):- ସୁନ୍ଦରଗଡ଼ରେ ଠାବ ହେଲା ମହାବଳ ବାଘ । ବଣାଇ ବାରସୁଆ ରେଞ୍ଜର ତୋଡ଼ା ସଂରକ୍ଷିତ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଚିତ୍ର । ଏହି ମହାବଳ ବାଘଟି ମଧ୍ୟପ୍ରଦେଶର ଟାଇଗର ଜୋନରୁ ଆସିଥିବା ଅନୁମାନ କରାଯାଉଛି ।ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବଣାଇ ଡିଏଫଓ ଲଳିତ କୁମାର ପାତ୍ର ।

ବଣାଇ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ସଚେତନ କରାଯାଉଛି । ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ଜଙ୍ଗଲରେ ଆହୁରି ୪୦ଟି କ୍ୟାମେରା ଖଞ୍ଜାଯିବ ବୋଲି କହିଛନ୍ତି ଡିଏଫଓ ।

LEAVE A REPLY

Please enter your comment!
Please enter your name here