(ବିପ୍ଲବୀ ପରିକ୍ରମା ବ୍ୟୁରୋ); ଗୋଟିଏ ଟ୍ରାକ୍ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍ଟି ଅନ୍ୟ ଟ୍ରାକ୍ରେ ଆସୁଥିବା ମାଲ୍ବାହୀ ଟ୍ରେନ୍ ଉପରେ ପଡ଼ିଥିଲା। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଘଟିଥିଲା। ଏଥିରେ ୩ରୁ ଅଧିକ ଯାତ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଦୁଇ ପାସେଞ୍ଜର ଟ୍ରେନ୍ଟି ଓଡ଼ିଆ ଆସୁଥିବା ଜଣାପଡ଼ିଛି। ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା।ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ଠାରୁ ୨୦୦ ମିଟର ଦୂରରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଥିଲା।ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍ର ୪ଟି ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ଏକ ମାଲ୍ବାହୀ ଟ୍ରେନ୍ ପାସେଞ୍ଜର ଟ୍ରେନ୍ର ବଗିକୁ ଧକ୍କା ଦେଇଥିଲା। ଏଥିରେ ବହୁ ଯାତ୍ରୀ ଥିଲେ। ବର୍ତ୍ତମାନ ସୁଦ୍ଧା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁର୍ଘଟଣା ନେଇ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ରାତି ଅନ୍ଧକାର ଭିତରେ ଉଦ୍ଧାର କାର୍ଯ୍ୟ ଚାଲିଛି।