ଛତିଶଗଡ଼ରେ ବର୍ଷର ସବୁଠୁ ବଡ଼ ଏନ୍‌କାଉଣ୍ଟର : ୩୧ ନକ୍ସଲ ନିହତ, ୨ ଯବାନ ସହିଦ

0

ଛତିଶଗଡ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ଚଳିତବର୍ଷର ସବୁଠାରୁ ବଡ଼ ଏନ୍‌କାଉଣ୍ଟର୍‌ ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ନିହତ ହୋଇଛନ୍ତି ୩୧ ନକ୍ସଲ। ଅପରେସନ୍‌ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଚଳିତ ମାସରେ ଛତିଶଗଡ଼ରେ ହେବାକୁ ଥିବା ପୌର ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ନକ୍ସଲଙ୍କ ଯୋଜନା ଥିଲା। କିନ୍ତୁ ଏହା ପୂର୍ବରୁ ସଂଗଠନକୁ ଶକ୍ତ ଝଟ୍‌କା ଲାଗିଛି। ଅପରପକ୍ଷରେ ନକ୍ସଲଙ୍କ ଗୁଳିରେ ଆହତ ୪ ଯବାନଙ୍କ ମଧ୍ୟରୁ ଦୁଇ ଜଣ ସହିଦ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here