ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ନିଶଙ୍ଗପୁର ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ସ୍ଵୟଂସେବକ ପୂର୍ଣ୍ଣ ଗଣବେଶ ରେ ଘୋଷ ବାଦ୍ୟ ସହ ନିସଙ୍ଗପୁର, ଭଲିଆସlହି ଓ ପଦ୍ମପୁର ଗାଁ ପରିକ୍ରମା କରିଥିଲେ l
ଏହା ପରେ ଖଣ୍ଡ କlର୍ଯ୍ୟବlହ ବୃନ୍ଦାବନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ବଙ୍ଗାଳୀ ଜlନି ଯୋଗଦେଇ ବିଜୟା ଦଶମୀ ରର ମହତ୍ତ୍ଵ ଉପରେ କହିଥିଲେ l ଏହି ଦିନ ମା ଦୁର୍ଗା ମହିଶାସୁରକୁ ବଧ କରି ଧର୍ମ ରକ୍ଷା କରିବା ସହ ଦେବତା ମାନଙ୍କ ଉଦ୍ଧାର କରିଥିଲେ l ଏଥିସହ ଏହି ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ପ୍ରତିଷ୍ଠା ହୋଇଥିଲା l ତେଣୁ ବିଜୟା ଦଶମୀ ଉତ୍ସବର ମହତ୍ତ୍ଵ ରହିଛି ବୋଲି ସେ କହିଛନ୍ତି l
ମୁଖ୍ୟ ଅତିଥି ଭାବେ ଶିକ୍ଷକ ଶିବରାମ ବେହେରଦଳାଇ, ସମ୍ମାନୀତ ଅତିଥି ଭାବେ ଖଣ୍ଡ ସଂଘ ଚାଳକ ରଘୁନାଥ ବେହେରଦଳାଇ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ସହ ବିଭାଗ କlର୍ଯ୍ୟବହ ଜରିଆ ଜlନି, ବିଭାଗ ଶାରୀରିକ ପ୍ରମୁଖ ଅମୁଲ୍ୟ ପାତ୍ର, ଗୁପ୍ତେଶ୍ୱର ନାୟକ ସମେତ ନିସଙ୍ଗପୁର ଗ୍ରାମବାସୀ ପରିଚାଳନା କରିଛନ୍ତି l